ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ/ ନେତା ମାଳ ମାଳ କାମ ଦୁର୍ବଳ

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ/ ନେତା ମାଳ ମାଳ କାମ ଦୁର୍ବଳ

ମୟୂରଭଂଜ -୧୮/୯ —   ମାଣିକପୁର ପଂଚାୟତ ରେ ନେତା ମାଳ ମାଳ କାମ ଦୁର୍ବଳ l ଏହି ପଂଚାୟତ ବିଜେଡି ର ବିଜାତଳା ବ୍ଲକ ସଭାପତି,ବିଜାତଳା ପଂଚାୟତ ସମିତି ଉପାଧ୍ୟକ୍ଷା ଏବଂ ଜିଲ୍ଲାପରିଷଦ ଏହି ପଂଚାୟତ ବାସୀ ଏବଂ ସରପଞ୍ଚ ତ ନୂଆଗାଁ ର l ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର ନୂଆଗାଁ ର ହୁଟୁବ ସାହି ରୁ ରାସ୍ତା ବେହାଲ l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୁରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ 

Sunil Chandra Nayak

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ପାଳିତ

masiha

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା 

Sunil Chandra Nayak

Leave a Comment

error: Content is protected !!