ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

 ରାଉରକେଲା : ସାଇକ୍ଲିଂ ରେ ଆନ୍ତର୍ଜାତିକ ସ୍ତରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଫଳରେ ରାଉରକେଲା ମାଟି ଏକ ବିଶିଷ୍ଟ କ୍ରୀଡ଼ାବିତ୍ ଙ୍କୁ ହରାଇଲା ବୋଲି ରାଉରକେଲା ବାସୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତ ୪ମାସ ପୂର୍ବରୁ ସେ ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗରୁ ଅବସର ନେଇଥିଲେ। ସେ ରାଉରକେଲାରେ ଅନେକ ପ୍ରତିଭାମାନ ସାଇକେଲିଷ୍ଟ ଙ୍କୁ କୋଚିଂ ଦେଇ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଦୀନେଶ କୁମାର ଓ ସ୍ବାତି ସିଂ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିପରି ଆରଏସ ଉପାସନା ଓ ସାର୍ଥକ ପାତ୍ର ଇଣ୍ଡିଆ କ୍ୟାମ୍ପରେ ସ୍ଥାନ ପାଇଛନ୍ତି। ତାଙ୍କ ବିୟୋଗ ଖବର ପାଇ ରାଉରକେଲା ବିଧାୟକ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତଥା ବହୁ କ୍ରୀଡା ସଂଗଠନ ଶୋକ ପ୍ରକାଶ କରିଛନ୍ତି। ସେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଦସ୍ୟା ସସ୍ମିତା ପ୍ରଧାନ ଙ୍କ ସମ୍ପର୍କୀୟ ଅଟନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଖୁ ଦେଖୁ ଜଳି ଗଲା ଦୁଇଚାକିଆ ଯାନ

Sunil Chandra Nayak

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ରକ୍ତଦାନ କରି ମଣିଷପଣିଆର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ ଶାନ୍ତି ମାଝୀ 

Sunil Chandra Nayak

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର

masiha

Leave a Comment

error: Content is protected !!