ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

 ରାଉରକେଲା : ସାଇକ୍ଲିଂ ରେ ଆନ୍ତର୍ଜାତିକ ସ୍ତରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଫଳରେ ରାଉରକେଲା ମାଟି ଏକ ବିଶିଷ୍ଟ କ୍ରୀଡ଼ାବିତ୍ ଙ୍କୁ ହରାଇଲା ବୋଲି ରାଉରକେଲା ବାସୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତ ୪ମାସ ପୂର୍ବରୁ ସେ ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗରୁ ଅବସର ନେଇଥିଲେ। ସେ ରାଉରକେଲାରେ ଅନେକ ପ୍ରତିଭାମାନ ସାଇକେଲିଷ୍ଟ ଙ୍କୁ କୋଚିଂ ଦେଇ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଦୀନେଶ କୁମାର ଓ ସ୍ବାତି ସିଂ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିପରି ଆରଏସ ଉପାସନା ଓ ସାର୍ଥକ ପାତ୍ର ଇଣ୍ଡିଆ କ୍ୟାମ୍ପରେ ସ୍ଥାନ ପାଇଛନ୍ତି। ତାଙ୍କ ବିୟୋଗ ଖବର ପାଇ ରାଉରକେଲା ବିଧାୟକ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତଥା ବହୁ କ୍ରୀଡା ସଂଗଠନ ଶୋକ ପ୍ରକାଶ କରିଛନ୍ତି। ସେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଦସ୍ୟା ସସ୍ମିତା ପ୍ରଧାନ ଙ୍କ ସମ୍ପର୍କୀୟ ଅଟନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର

masiha

ମହିଷକୁଦର – ପୁଣ୍ଡିଘୁଟୁ ଗଡାସାହି ରାସ୍ତାକୁ ଗ୍ରାମଵାସୀଙ୍କ ଶ୍ରମ ଦାନ; ପ୍ରଶାସନ ଶୁଣିଲାନି; ଯୁବଗୋଷ୍ଠୀ ଙ୍କ ଦ୍ଵାରା ରାସ୍ତା ନିର୍ମାଣ

Sunil Chandra Nayak

ଦଶହରା ଚାନ୍ଦା ଆଦାୟକୁ ନେଇ ଶିକ୍ଷକଙ୍କ ଅଭିନବ ପ୍ରତିବାଦ ଚାନ୍ଦା ମାଗିବାକୁ ସ୍କୁଲରେ ପହଞ୍ଚିଥିବା ସାମ୍ବାଦିକଙ୍କୁ ଦାନ ପେଡ଼ି ଦେଖାଇଲେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!