ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୨୦/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ମଧୁପୁରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆଜି ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟା ତଥା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷା ଅଞ୍ଜଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କା, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ଶ୍ରୀନିବାସ ରଥ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଞ୍ଜନ ସ୍ୱାଇଁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ମିତ୍ରଭାନୁ ଦାସ, ଜନସ୍ୱାସ୍ଥ୍ୟ ଶିକ୍ଷା ସମ୍ପ୍ରସାରଣ ଅଧିକାରୀ ଦିବାକର ପ୍ରଧାନ, ଜନ ଆରୋଗ୍ୟ ସମିତି ସଦସ୍ୟ ସୁଶୀଲ କୁମାର ବାଗ, ହୃଷିକେଶ ବଗର୍ତ୍ତି, ତୀର୍ଥ ଗହୀର, ମଧୁପୁର କନ୍ୟାଶ୍ରମର ଶିକ୍ଷକ ପରମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମଧୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁପ୍ରିୟା ରାଉତରାୟ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଫାର୍ମାସିଷ୍ଟ ସୁଧୀର କୁମାର ଖାନସମା ଧନ୍ୟବାଦ ଅର୍ପଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!