ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର କାର୍ଯ୍ୟକାରିଣୀ ସମିତି କୁ ମନୋନୀତ ହେଲେ ହୃଷିକେଶ ମିଶ୍ର

ଧର୍ମଗଡ:୨୪/୧୨/୨୨: କଳାହାଣ୍ଡି ଜିଲ୍ଲାର ଜଣେ ସୁସଂଘଠକ, ସମାଜସେବୀ ତଥା ଜିଲ୍ଲା ଔଷଧ ବ୍ୟବସାୟୀ ସଙ୍ଘର ସମ୍ପାଦକ ଶ୍ରୀ ହୃଷିକେଶ ମିଶ୍ର ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ସମିତି କୁ ଓଡ଼ିଶା ପ୍ରଦେଶରୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ୨୧୦୦୦ କେମିଷ୍ଟ ଓ ଭାରତବର୍ଷରେ ଥିବା ୧୦ ଲକ୍ଷ ଔଷଧ ବ୍ୟବସାୟୀ ଙ୍କ ସର୍ବୋଚ୍ଚ ନୀତିନିର୍ଧାରଣ କମିଟି କୁ ଓଡ଼ିଶାର ରୁ କେବଳ ୮ ଜଣ ସଦସ୍ୟ ମନୋନୀତ ହୋଇଥାନ୍ତି। ସେ ମଧ୍ୟରୁ ହୃଷିକେଶ ମିଶ୍ର ଜଣେ।

ଏହା ବ୍ୟତୀତ ସେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ, ଭୁବନେଶ୍ୱର ର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ। ନିକଟରେ ଔଷଧ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଏକ ଏପ ତିଆରିକରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଶ୍ରୀ ମିଶ୍ର ଗୁରୁତ୍ୱପୂର୍ଣ୍ଣ ସଂବିଧାନ ସଂଶୋଧନ ବିଭାଗ, ବାଣିଜ୍ୟ ବେପାର ବିଭାଗ ଓ ଶିକ୍ଷା ଓ ସେମିନାର ବିଭାଗର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ୨୫ ବର୍ଷ ଧରି କଳାହାଣ୍ଡି ଜିଲ୍ଲା କେମୀଷ୍ଟ ସଂଘ ର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ଏହି ନୃତନ ଦାୟିତ୍ବ ପାଇଁ ସେ ୟୁସିଡ଼ିଏ ର ସଭାପତି ପି.ସତ୍ୟନାରାୟଣ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ମିଶ୍ର ଙ୍କୁ ସର୍ବଭାରତୀୟ ସ୍ତରରେ ଓଡ଼ିଶା କୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳି ଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

masiha

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

Leave a Comment

error: Content is protected !!