ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

ଭବାନୀପାଟଣା ( ମ ନି ସ ) ୪.୫.୨୦୨୨ରିଖ: ଆଜି ସକାଳ ୧୦.୦୦ଘ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ଅଧ୍ୟକ୍ଷତାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨୩.୧୨.୨୦୨୧ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭସି ମାଧ୍ୟମରେ ଖବର କାଗଜ ବିତରକ ମାନଙ୍କୁ କୋଭିଡ ସହାୟତା ରାଶି ଟ ୬୦୦୦/- ପ୍ରଦାନ କରିଥିଲେ।ଏହି ପରିପେକ୍ଷି ରେ କଳାହାଣ୍ଡି ଜିଲ୍ଲା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ୮୭ ଜଣ ହକରମାନଙ୍କ ଅନୁମୋଦିତ ତାଲିକା ପ୍ରସ୍ତୁତ କରାଯାଇ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଙ୍କ ସଂଯୋଜନାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ହକରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।ଏହି ପରିଚୟ ପତ୍ର ଗ୍ରହଣ କରି ହକର୍ ମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ ,ଗଣ ମାଧ୍ୟମ ପ୍ରତିନିଧି ତଥା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା ଓ କର୍ମକର୍ତା ନିର୍ବାଚନ

Sunil Chandra Nayak

ଯଶିପୁର ପ୍ରସିଦ୍ଧ ଗ୍ରାମୀଣ ବାହୁଡା଼ ଯାତ୍ରା ସଂପନ୍ନ,୧୫,୦୦୦ ରୁ ଉର୍ଦ୍ଧ୍ବ ଜନ ସମାଗମ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!