ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଠାରେ ଯାଦବ ମହାସଭାର ନୂଆଖାଇ ଭେଟଘାଟ

ଧର୍ମଗଡ଼: ୧୫/୧୦/୨୨ ସାଂସ୍କୃତିକ ଓ ସାମାଜିକ ସୁତ୍ର ଆମ୍ଭମାନଙ୍କୁ ଏକତା ରଜ୍ଜୁରେ ବାନ୍ଧିବାରେ ସହାୟକ ହେଉଛି । ତେଣୁ ସାଂସ୍କୃତିକ ବିଭବକୁ ବଞ୍ଚାଇ ରଖିବା ସହ ସାମାଜିକ ସୁଦୃଢ଼ୀକରଣ ଆଜି ଯାଦବ ସମାଜ ପାଇଁ ଏକ ଆହ୍ବାନ ବୋଲି ଧର୍ମଗଡ଼ ବ୍ଲକ ଯାଦବ ସମିତି ପକ୍ଷରୁ ଧର୍ମଗଡ଼ ପଞ୍ଚାୟତ ପଡିଆଠାରେ ଆୟୋଜିତ ନୂଆଖାଇ ଭେଟଘାଟରେ ମତ ପ୍ରକାଶ ପାଇଛି । ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ତଥା ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଏଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ମୁଖ୍ୟ ବକ୍ତା ଭାବେ ଉତ୍କଳ ଯାଦବ ମହାସଭା ମହାସଚିବ ଲମ୍ବୋଦର ନିଆଲ, ବିଶିଷ୍ଟ ଅତିଥି ଭାବେ ଅଖିଳ ଭାରତୀୟ ଯାଦବ ମହାସଭା ଯୁବ ସଭାପତି ଇଂ. ପ୍ରଦୀପ ବେହେରା ଯୋଗଦେଇ ନୂଆଖାଇର ପ୍ରଚ୍ଛଦପଟରେ ଥିବା ସାମାଜିକ ଭାବନା, ସାଂସ୍କୃତିକ ବିଭବ ଉପରେ ଆଲୋଚନା କରିବାସହ ଯାଦବ ସମାଜର ବିଭିନ୍ନ ଦିଗନ୍ତ ଉପରେ ଆଲୋକପାତ କରିଥିଲେ । ସଭାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ଚାରଗଡ଼ ଯାଦବ ମହାସଭା ଅଧ୍ୟକ୍ଷ କେନୁରାମ ଯାଦବ, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷ ସଞ୍ଜୁକ୍ତା ବେହେରା, ନୂଆପଡ଼ା ଜିଲ୍ଲା ଯାଦବ ମହାସଭା ସଭାପତି ଭରତ ରାଉତ, ଚନ୍ଦାହାଣ୍ଡି ଯାଦବ ସମିତି ସଭାପତି ଜଗଦୀଶ ଗୋପାଳ, ପୂର୍ବତନ ଧର୍ମଗଡ଼ ବ୍ଲକ୍ ସଭାପତି ଧନୁ ଗୋପାଳ, କଟକ ମହାନଗର ନିଗମ ଯାଦବ ମହାସଭା ସମ୍ପାଦକ ସମରଜିତ ବେହେରା, ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଂପାଦକ ପର୍ଶୁରାମ ନାଏକ, ପାନାବେଡ଼ା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଅଧ୍ୟକ୍ଷ ଦ୍ବାରିକାନାଥ ବାଗ, କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ସହକାରୀ ପ୍ରଫେସର ସରିତା ବାଗ, ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଟିକଚନ ନାଗ, ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାଏକଙ୍କ ସମେତ ଧନେଶ୍ବର ଭାଟି, ମାଧବ ଲହଜଲ, ଜଗଦିଶ ପୋଡ଼, ଜହରଲାଲ ବାଗ, ସିମାଞ୍ଚଳ ନାଗ, ଧନେଶ୍ବର ଗୋପାଳ, ଅରୁପାନନ୍ଦ ନାଗ, ଦୁର୍ଲଭ ମାହାର, ନରେନ୍ଦ୍ର ବାଗ, କମଳିନୀ ଯାଦବ, ସୁନୀଲ କୁମାର ଧଙ୍ଗଡାମାଝୀ, ମମତା ମଞ୍ଜୁରୀ ଥପା, ନରହରୀ ବାଗ, ଡ଼ାକେଶ୍ବର ଲହଜଲ, ଲିଙ୍ଗରାଜ ବେହେରା, ଲବଣୀ ରାଉତ, ସୁରଥ ହେର୍ଣ୍ଣାଙ୍କ ସମେତ ୧୩ଗୋଟି ବ୍ଲକର ଯାଦବ ସମିତି ସଭାପତି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।  ପ୍ରାରମ୍ଭରେ ଯାଦବ ସମାଜର ମହାନ ବିଭବ ବନାବାଡି, କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ଏକ ବିଶାଳ ଶୋଭାଯାତ୍ରାରେ ଅତିଥି ଓ ଯାଦବ ସମାଜର ହଜାର ହଜାର ମହିଳା ଏବଂ ପୁରୁଷମାନେ ବାହାରି ଧର୍ମଗଡ଼ ସହର ପରିକ୍ରମା କରିଥିଲେ । ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ସଭାରମ୍ଭ ହୋଇଥିଲା । କିଛି ଦିନ ତଳେ ପରଲୋକ ଗମନ କରିଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜାତି ଜନଗଣନା, ରାଜନୈତିକ ଉତ୍ଥାନ, ଶିକ୍ଷା ଉପରେ ଗୁରୁତ୍ବ, ସାମାଜିକ ବିଧି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସମାଜ ପ୍ରତି ବିଶେଷ ଅବଦାନ ପାଇଁ ଅନେକ ଯାଦବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ‌। ଧର୍ମଗଡ଼ ବ୍ଲକ ଯାଦବ ସମିତି ସଂପାଦକ ପତିରାମ ହଂସ ଓ ପର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଧର କୁମାର ଗୋପାଳ ମଞ୍ଚ ପରିଚାଳନା କରିଥିଲେ । ଧର୍ମଗଡ଼ ବ୍ଲକ ଯାଦବ ସମିତି ଉପସଭାପତି ଅନାମ ନାଏକ, ଧର୍ମଗଡ଼ ବ୍ଲକ ଯାଦବ ସହ-ସଂପାଦକ ନରୋତ୍ତମ ବାଗ, ଧର୍ମଗଡ଼ ବ୍ଲକ ଯାଦବ ସମିତି କୋଷାଧ୍ୟକ୍ଷ ଗୌରଚନ୍ଦ୍ର ବାଗ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ସମେତ ଜଲନ୍ଧର ଗୋପାଳ, ଜଗନ୍ନାଥ କେତକୀ, ଅରକ୍ଷିତ ଭୈସାଲ, ଜୟଶଙ୍କର ଗୋପାଳ, ପୂର୍ଣ୍ଣଚନ୍ଦ୍ର ନାଏକ, ଜଗନ୍ନାଥ ନାଏକ, ହିରାଲାଲ ହଂସ, ସୁରେଶ ଭୈସାଲ, ରସିକ ଖର୍ସେଲ, ଭୋଗିନାଥ ନାଗ, ଉଦ୍ଧବ ଗୋପାଳ, ଚୈତ୍ରସେନ ଗୋପାଳ, ଗୌରୀ ଶଙ୍କର ଗୋପାଳ, ଶଶିଧର ନାଗ, ଅରକ୍ଷିତ ନାଗ ପ୍ରମୁଖଙ୍କ ସହ ଧର୍ମଗଡ଼ ବ୍ଲକ ଓ ଆଞ୍ଚଳିକ ଯାଦବ ସମିତିର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଗୋଇ ଚଞ୍ଚରା ଗ୍ରାମବାସୀ ଙ୍କ ତୃଷା ମେଣ୍ଟାଉଛି ନାଳ ପାଣି, ପାନୀୟ ଜଳ ପାଇଁ ଦାବୀ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳକୁ ମୌଳିକ ସୁବିଧା ଅପହଞ୍ଚ 

Sunil Chandra Nayak

ଶାନ୍ତିପୂର୍ଣ୍ଣ ଭାବରେ ଥୁଆମୂଳ ରାମପୁର ବ୍ଳକରେ ବାହୁଡା ଯାତ୍ରା ସମାପନ

Sunil Chandra Nayak

Leave a Comment

error: Content is protected !!