ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବିଦ୍ୟାଳୟ ମାନଙ୍କରେ ଜମି ସମସ୍ୟା ର ସମାଧାନ ବାଟ ଫିଟୁନି , ଗ୍ରାମ ମାନଙ୍କ ରେ ଚାପା ଉତ୍ତେଜନା ଲାଗି ରହିଛି 

ସରକାରୀ ବିଦ୍ୟାଳୟ ମାନଙ୍କରେ ଜମି ସମସ୍ୟା ର ସମାଧାନ ବାଟ ଫିଟୁନି , ଗ୍ରାମ ମାନଙ୍କ ରେ ଚାପା ଉତ୍ତେଜନା ଲାଗି ରହିଛି 

କଲମପୁର (ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳରେ ୩୦ରୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଜମି ସମସ୍ୟା ଲାଗି ରହିଛି, ବିଗତ କିଛି ଦିନ ତଳେ ମସିହା ରେ ପ୍ରସାରଣ ପରେ କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଇତି ମଧ୍ୟରେ କିଛି ବିଦ୍ୟାଳୟକୁ ଜମି ଦାନ କରିଛନ୍ତିି, କିନ୍ତୁ ଅଧିକାଂଶ ବିଦ୍ୟାଳୟ ମାନଙ୍କର ଜମି ସମସ୍ୟାର ସମାଧାନ ହୋଇପାରୁ ନାହିଁ, ଫଳରେ ଅନେକ ବିଦ୍ୟାଳୟ ମାନଙ୍କରେ ଶ୍ରେଣୀ ଗୃହର ଅଭାବ ଦେଖା ଦେଇଛି, ଆଜି ଏଭଳି ଏକ ବିବାଦୀୟ ପ୍ରସଙ୍ଗକୁ ନେଇ ଜନ ସାଧାରଣ ଘେରାଉ ଭଳି ପଦକ୍ଷେପ ଆପଣାଇବାକୁ ବାଧ୍ୟ ହୋଇଥିଲେ,ଡୁମେରମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ବର୍ଷରୁ ସ୍ଥାପିତ,ଜନୈକ ବ୍ୟକ୍ତି ଏହି ବିଦ୍ୟାଳୟ ସ୍ଥାପନ ପାଇଁ ଜମି ହସ୍ତଲେଖା ମାଧ୍ୟମରେ ବିକ୍ରୟ କରିଥିଲେ, ସେହି ପ୍ରମାଣ ଏବେବି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ନିକଟରେ ମହଜୁଦ ଅଛି,, ଜମି ବିକ୍ରେତାଙ୍କ ନିଧନ ପରେ ଉକ୍ତ ଜମି ବିଦ୍ୟାଳୟ ଖାତାକୁ ନ ଆସି ମୁଳ ଖାତାକୁ ଚାଲିଗଲା,ପୁରୁଣା କୋଠାକୁ ଭାଙ୍ଗି ବ୍ଲକ ପ୍ରଶାସନ ନୂତନ କୋଠା ନିର୍ମାଣ କରିବା ବେଳକୁ ବିକ୍ରେତାଙ୍କ ସଂପର୍କିୟ ମାନେ ଜମି ନ ଛାଡ଼ିବାକୁ ଅଡି ବସିଛନ୍ତି,ଗ୍ରାମରେ ତୁହାକୁ ତୁହା ବୈଠକ ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ,ଉଭୟ ପକ୍ଷ ପୋଲିସରେ ମଧ୍ୟ ଭିନ୍ନ ଭିନ୍ନ କାରଣ ଦର୍ଶାଇ ମାମଲା ଦାୟର କରିଛନ୍ତି, ସେହି ବିଦ୍ୟାଳୟ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି, ସେମାନଙ୍କ ନିମନ୍ତେ ଏକମାତ୍ର ଶ୍ରେଣୀ ଗୃହ ରହିଛି,ଯାହାକି ସେଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି, ଏଭଳି ପରିସ୍ଥିତି ଦୀର୍ଘ ମାସ ହେବ ଲାଗି ରହିଛି, ଫଳରେ ଶତାଧିକ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି ତହସିଲ ଅଫିସକୁ ପହଞ୍ଚି ତହସିଲଦାରଙ୍କ ଠାରେ ଫେରାଦ ହୋଇଥିଲେ, ତହସିଲଦାର ସ୍ମରଣୀକା ତୁଳ ଏହାକୁ ଆପୋଷ ମାଧ୍ୟମରେ ସମାଧାନ କରିବାକୁ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେବା ସହିତ ମୁଁ ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଯିବି ବୋଲି କହିଥିଲେ, ଏହାପରେ ଗ୍ରାମବାସୀ ମାନେ ଥାନାକୁ ଯାଇ ଏତଲା ଦାୟର କରିଥିଲେ,ଏଭୟ ପକ୍ଷ ଥାନା ସମ୍ମୁଖରେ ଉପସ୍ଥିତ ରହିଥିଲେ ମଧ୍ୟ ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ଆସିବାକୁ କହିଥିଲେ ଉପସ୍ଥିତ ଥାନା କର୍ମଚାରୀ, ଏଥିରେ କୌଣସି ନିଷ୍କର୍ଷ ଏପର୍ଯ୍ୟନ୍ତ ବାହାରି ନ ଥିବା ବେଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ଜମି ସମସ୍ୟା,! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ

masiha

ରାଇରଙ୍ଗପୁରରେ ସରକାରଙ୍କ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଖେଳାଳି ମାନଙ୍କ ୧ ଘଣ୍ଟା ଧରି ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ 

masiha

Leave a Comment

error: Content is protected !!