ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

କନ୍ଧମାଳ, ତା, ୨୧/୦୯: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ। ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେକଗେଟ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା। ସନ୍ଧ୍ୟା ସମୟରେ ତିନି ଅଭିଯୁକ୍ତକୁ ବାଲିଗୁଡ଼ା କୋର୍ଟ ପରିସରରେ ବୋଲରୋ ଗାଡ଼ି ରୁ ଓଲ୍ହାଇବା ବେଳେ ପୋଲିସ ଅବହେଳାର ସୁଯୋଗ ପାଇ ପୋଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମର ଇରା ମଲିକ ସ୍ଥାନୀୟ ଏଲଆଇସି କଲୋନୀ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଉଥିଲା। ଅବକାରି ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ। କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ଯୋଗୁଁ ବାଲିଗୁଡ଼ା ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

masiha

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

masiha

ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

Leave a Comment

error: Content is protected !!