ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା,୧ ମୃତ ୧ ଗୁରୁତ୍ତର
ଡାବୁଗାଁ, ୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ନିର୍ମାଣଧୀନ ଭାରତମାଳା ରାସ୍ତାରେ ନନ୍ଦପୁରା ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ନ ୧ ଘ. ସମୟରେ ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା ଘଟି ୧ ମୃତ ୧ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଭାରତମାଳା ରାସ୍ତାରେ ନବରଙ୍ଗପୁର ଆଡୁ ଉମରକୋଟ ଅଭିମୁଖେ ଏକ ପିକ-ଅପ ଭ୍ୟାନ ନଂ ସିଜି ୦୫ ଏଡି ୧୨୭୬ ଯାଉଥିବା ବେଳେ ବିପରୀତ ଦିଗରୁ ଉମରକୋଟ ଥାନା ଅଧୀନ ଧୋଡ୍ରା ଗ୍ରାମର ଅଭିମନ୍ୟୁ ମଙ୍ଗଲୀ ଓ ତାଙ୍କ ସାଙ୍ଗ ନବନ ପଢିଆରୀ ଏକ ମୋଟରସାଇକେଲ ନଂ ଓଡି ୨୪ ଜେ ୫୦୩୩ ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ମଙ୍ଗଲୀ (୨୨) ଙ୍କ ମୃତ୍ୟୁ ଘଟିଥିଲା ଓ ଆହତ ନବନ ପଢିଆରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କେଲେଜ କୁ ସ୍ଥାନାନ୍ତର କରାଯାଇଛି | ଖବରପାଇ ଡାବୁଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ | ସେଠାରେ କ୍ଷତି ପୂରଣ ଦାବିକରି ଶବ ଛାଡୁନଥିଲେ | ପରେ ଊପଖଣ୍ଡ ପୋଲିସ ଅଧିକାରୀ ଶୁଭେନ୍ଦୁ ଶବର, ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା ଓ ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ପ୍ରମୁଖ ବିଝାସୁଝା କରିବାପରେ ପରିବାର ଲୋକେ ଶବ ଛାଡିଥିଲେ | ପରେ ପୋଲିସ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ | ଏନେଇ ମୃତକ ର ବଡଭାଇ ସୁଧୀର ମଙ୍ଗଲୀ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୨୨୫/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ଆସନ୍ତାକାଲି ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

