ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

କନ୍ଧମାଳ, ତା, ୨୨/୦୯: (ମନିସ): ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପ ରେ ବହୁ ପ୍ରତିକ୍ଷିତ ୫୬ ବର୍ଷ ର ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ସୋମବାର ଠାରୁ ଆରମ୍ଭ ହୋଇଛି। ଏ ନେଇ ସ୍ଥାନୀୟ ମା’ ପାଟଖଣ୍ଡାଙ୍କ ମନ୍ଦିର ନିକଟରୁ ଏକ ବିରାଟ ପଟୁଆରରେ ସଂକୀର୍ତ୍ତନ, ଘଣ୍ଟ ଓ ବାଦ୍ୟ ବାଜଣା ସହ ଶତାଧିକ ମହିଳା ଭକ୍ତ ଖଡ଼ଗ ନଦୀ ଅଭିମୁଖେ ବାହାରି ନଦୀରୁ କଳସ ରେ ପାଣି ଆଣି ମା ‘ ଙ୍କ ପୀଠ ରେ ସ୍ଥାପନା କରାଯାଇଛି । ସୋମବାର ଠାରୁ ନବ ଦିନ ବ୍ୟାପୀ ବାଲିଗୁଡା ତଥା ଏହାର ଆଖ ପାଖ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରି ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀ ପାଠ, ମହାସ୍ନାନ, ହୋମ ଓ ସୂର୍ଯ୍ୟ ପୂଜା ଯଥା ରୀତିନୀତି ଅନୁଯାଇ ଚାଲିବ l ଏଥିରେ ପୂଜା କର୍ତ୍ତା ଭାବେ ସଂଗୀତା ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା ଦମ୍ପତିଙ୍କ ସମେତ ସମଗ୍ର ଅଞ୍ଚଳ କୁ ଶୁଦ୍ଧି କରଣ କରାଯାଇଥିଲା। ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ହିମାଂଶୁ ଶେଖର ଦାସ, ରାମକୃଷ୍ଣ ଆଚାର୍ଯ୍ୟ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିୟମିତ ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରୁଛନ୍ତି l ଏ ନେଇ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତିର ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୯ ଦିନ ଧରି ନବ ଦୂର୍ଗା ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ମଣ୍ଡପରେ କଲିକତା ର ସୁଦକ୍ଷ ଶିଳ୍ପୀ ମାନଙ୍କ ଦ୍ୱାରା ମାଆଙ୍କ ମୂର୍ତ୍ତି ସାଜସଜ୍ଜା ସହ ଭୁବନେଶ୍ୱରର ଦକ୍ଷ କାରିଗର ମାନଙ୍କ ଦ୍ୱାରା ସୁଉଚ୍ଚ ତୋରଣ ମାନ ଶେଷ ହୋଇ ସହର କୁ ଆକର୍ଷିତ କରିପାରିଛି । ମା’ ଙ୍କୁ ଦର୍ଶନ କରିବା ପାଇଁ ପ୍ରଥମ ଦିନରୁ ହିଁ ଭକ୍ତ ଙ୍କ ଆଗମନ ହେବାରେ ଲାଗିଛି l ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୂଜା କମିଟି ସହ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବିଷୟ ପୂଜା କମିଟିର ସଭାପତି ସନ୍ୟାସୀ ପାତ୍ର ଓ ସମ୍ପାଦକ ସୁଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି। ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। 

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ବାଲିଗୁଡା ରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ 

ଆଳତୁମା ଗାଁ ରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

Leave a Comment

error: Content is protected !!