ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ଦୁଇ ବାଳକ କବାଡି ପ୍ରତିଯୋଗିତା

ଯୁକ୍ତ ଦୁଇ ବାଳକ କବାଡି ପ୍ରତିଯୋଗିତା

ଆସିକା,୨୨.୦୯.୨୦୨୫ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଆନୁକୁଲ୍ୟରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ବାଳକ ବିଭାଗ କବାଡି ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ କଲେଜ୍ ର କବାଡି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ କୁ କଲେଜ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶାରୀରିକ ଶିକ୍ଷା ଶିକ୍ଷକ (ଅବସର ପ୍ରାପ୍ତ) ସଂଘ ର ସଭାପତି ସଚ୍ଚିଦାନନ୍ଦ ଦାସ , ଧରାକୋଟ ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ସଂପାଦକ ପାଣ୍ଡବ ସ୍ୱାଇଁ ଯୋଗ ଦେଇଥିଲେ। ଆଜିର ପ୍ରତିଯୋଗିତାର ବିଜୟୀ ଦଳ ମଧ୍ୟରେ ଆସିକା କଲେଜ, ବୁଗୁଡ଼ା କଲେଜ, ଋଷିକୂଲ୍ୟା କଲେଜ (ସୋରଡ଼ା) , କଙ୍କରୋଡା କଲେଜ , ପୋଡ଼ାମାରି କଲେଜ ଓ ସାଉଁଟିଆ ପଲି ବିଜୟୀ ହୋଇଛନ୍ତି । ମୁଣ୍ଡମରାଇ କଲେଜ କ୍ରୀଡା ଶିକ୍ଷକ କେ. ନାନବାବୁ ଦୋରା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ । ଆସନ୍ତା କାଲି ଛତ୍ରପୁର କଲେଜ ଓ ଆଜିର ବିଜୟୀ ଦଳ ମଧ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ପ୍ରକାଶ ଯୋଗ୍ୟ ସମଗ୍ର ଓଡ଼ିଶାର15 ଗୋଟି କଲେଜ ରେ ଏପରି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

masiha

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

masiha

Leave a Comment

error: Content is protected !!