ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣିକୁ ବ୍ଳକ ଘୋଷଣା ଦାବି ତେଜିଲା  ମୂଖ୍ୟମନ୍ତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର

ଆମପାଣିକୁ ବ୍ଳକ ଘୋଷଣା ଦାବି ତେଜିଲା 

ମୂଖ୍ୟମନ୍ତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ପଞ୍ଚାୟତକୁ ନୂତନ ବ୍ଳକ ଘୋଷଣା ଦାବି ଜୋର ଧରିଛି। ଏନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଧର୍ମଗଡ଼ ଉପଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ୧୦ ପଞ୍ଚାୟତବାସୀ ଦାବିପତ୍ର ପ୍ରଦାନ କରିଥିଲେ। ସୋମବାର ଭୁବନେଶ୍ୱର ଠାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଆମପାଣି ପଞ୍ଚାୟତରେ ବ୍ଳକ ପାଇଁ ସବୁ ପ୍ରକାରର ଭିତ୍ତିଭୂମି ରହିଛି। ତେଣୁ ଆମପାଣି ଜୋନ-୧ ର ୮ ପଞ୍ଚାୟତ ଓ ଜୟପାଟଣା ବ୍ଳକର ଉଛୁଲା ଓ ପୁଝାରୀଗୁଡା ପଞ୍ଚାୟତକୁ ନେଇ ଆମପାଣି ପଞ୍ଚାୟତକୁ ନୂତନ ବ୍ଳକ ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟିର ଉପ-ସଭାପତି ଟିକିଚନ୍ଦ୍ର ଧ.ମାଝୀ, କୋଷାଧ୍ୟକ୍ଷ ସୁରେଶ ସାହୁ, ସାଧାରଣ ସମ୍ପାଦକ ଧନୁ ଦୁର୍ଗା, କାର୍ଯ୍ୟକର୍ତ୍ତା ତାପସ ରାୟ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟ ନର୍ତ୍ତକି ଦଣ୍ଡସେନା, ବଡ ପୋଡ଼ାଗୁଡ଼ା ସରପଞ୍ଚ ଯମୁନା ନାଏକ, କୁମୁଦ ଚଦ୍ର ପୁଝାରୀ, ବିନୋଦ କୁମାର ସିଂ, ମୋନୋରଞ୍ଜନ ବାଣୁଆ, ପ୍ରଶାନ୍ତ କୁମାର ମୁନି, ବିଘ୍ନେଶ୍ୱର ନାଏକ, ତିଳୋତ୍ତମା ନାଏକ, ପ୍ରିୟଦର୍ଶନ ନାଏକ, ଧର୍ମାନନ୍ଦ ନାଏକ, ମଧୁବନ ପାତ୍ର, ତୁଲାରାମ ନାଏକ, ତ୍ରୈଲୋକ୍ୟ ବେଶ୍ରା, କୁଷ୍ଣ ଚନ୍ଦ୍ର ନାଏକ, ଅର୍ଜୁନ ଭାଟି, ସନ୍ତୋଷ କୁମାର ମାଝୀ, କୁମୁଦ ଚନ୍ଦ୍ର ସେଠୀ, ଭାସ୍କର ଦଣ୍ଡସେନା, ରାଜ କୁମାର ପଟେଲ, ବିଜୟ କୁମାର ପଣ୍ଡା, ପଦ୍ମନ ଲୋଚନ ମାଝୀ ସମେତ ଏକ ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ

masiha

ନର୍ଲା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!