ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ. ୬୭ଟି ଅଭିଯୋଗ ପଞ୍ଜିକୃତ

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.

୬୭ଟି ଅଭିଯୋଗ ପଞ୍ଜିକୃତ

କେନ୍ଦ୍ରାପଡ଼ା, ୨୨.୦୯.୨୦୨୫ —  ଡେରାବିଶ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଅଭିଯୋଗ ଶୁଣାଣିରେ ମୋଟ ୬୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ୧୧ଟି ସାମୁହିକ ହୋଇଥିବା ବେଳେ ୫୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା | ୪ ଟି ଅଭିଯୋଗର ତୁରନ୍ତ ଫଇସଲା ହୋଇଥିଲା | ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )

 ନବକ୍ରିଷ୍ଣ ଜେନା ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି ସମେତ ବ୍ଲକର ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ | ଅଭିଯୋଗ ଗୁଡିକର ତୁରନ୍ତ ଫଇସଲ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |ସୂଚନା ଯେ,ଆସନ୍ତା ମାସ ଅର୍ଥାତ ଅକ୍ଟୋବର ମାସର ପ୍ରଥମ ସୋମବାର ୬ ତାରିଖ ଦିନ ମୁନିସିପାଲିଟି ଟାଉନ ହଲ କେନ୍ଦ୍ରାପଡ଼ା, ୧୩ ତାରିଖରେ ଗରଦପୁର ବ୍ଲକ,୨୦ ତାରିଖରେ ରାଜନଗର ବ୍ଲକ ୨୭ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ |

ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

masiha

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

masiha

ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ ଓ ଜନ ସଂପୃକ୍ତି ସହ ବିଭିନ୍ନ କାର୍ଯ୍ୟକ୍ରମ 

Leave a Comment

error: Content is protected !!