ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ପର୍ବ ‘ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପରିଯୋଗିତା ଅନୁଷ୍ଠିତ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ

ସେବା ପର୍ବ ‘ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପରିଯୋଗିତା ଅନୁଷ୍ଠିତ

ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ

ସୁନ୍ଦରଗଡ଼, ୨୨/୦୯/୨୫: ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଅଛି “ସେବା ପର୍ବ” । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୁନ୍ଦରଗଡ଼ ପକ୍ଷରୁ ଏହି ଦିନିକିଆ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। “ବିକଶିତ ଭାରତ- ୨୦୪୭” ବିଷୟ ବସ୍ତୁ କୁ ଆଧାର କରି ଆୟୋଜିତ ହୋଇଥିଲା ଏହି ଚିତ୍ରାଙ୍କନ ପ୍ରତିଯୋଗିତା। 

     ତିନି ଗୋଟି ବିଭାଗରେ ଆୟୋଜିତ ହୋଇଥିଲା ଏହି ଚିତ୍ରାଙ୍କନ ପ୍ରତିଯୋଗିତା। ସ୍ଥାନୀୟ ସଂସ୍କୃତି ଭବନ ଠାରେ ମହାବିଦ୍ୟାଳୟ ସ୍ତରୀୟ ( +୩ ରୁ ତଦୁର୍ଦ୍ଧ) ଏବଂ ବୃତ୍ତିଗତ ବା ଯୁବ ଚିତ୍ରକାରଙ୍କ ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଜିଲ୍ଲା ଶିକ୍ଷା ବିଭାଗ ସହାୟତାରେ ସ୍ଥାନୀୟ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା। 

   ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେଣ୍ଟ ଟେରେସା ଇଂରାଜୀ ବିଦ୍ୟାଳୟର ଛାତ୍ରୀ ଅସ୍ମିତା ନାୟକ ପ୍ରଥମ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ର ଅନୁଷ୍କା ପଟେଲ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁନ୍ଦରଗଡ଼ର ଛାତ୍ର ପୀୟୂଷ ଦାସ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କଳାୟତନ ମହାବିଦ୍ୟାଳୟ, ସୁନ୍ଦରଗଡ଼ ର ପୁରୁଷୋତ୍ତମ ବିଶି ପ୍ରଥମ, ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଶିଶିର କୁମାର ଅଟ୍ଟି ଦ୍ୱିତୀୟ ଏବଂ ଆଞ୍ଚଳିକ ସହଯୋଗ ମହାବିଦ୍ୟାଳୟ, ସବଡେଗା ର ଛାତ୍ରୀ ମୌସୁମୀ ଦାନୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିଭଳି ବୃତ୍ତିଗତ/ଯୁବ ଚିତ୍ରକାର ମାନଙ୍କ ପ୍ରତିଯୋଗିତାରେ ଅନିରୁଦ୍ଧ ସାହୁ ପ୍ରଥମ, ପ୍ରତାପ କୁମାର ପଟ୍ଟନାୟକ ଦ୍ୱିତୀୟ ଏବଂ ସସ୍ମିତା ପଟ୍ଟନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ତଥା ଆଞ୍ଚଳିକ ଯୁବ ଚିତ୍ରକାର ମାନେ ଅଂଶ ଗ୍ରହଣ କରିଥିଲେ। 

 ପ୍ରକାଶ ଥାଉ କି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କ ଚିତ୍ରାଙ୍କନ ଗୁଡ଼ିକ ଚଳିତ ୨୫ ସେପ୍ଟେମ୍ବରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରାଯିବ ଏବଂ ବିଚାରକ ମାନଙ୍କ ଦ୍ଵାରା ଏହି ଚିତ୍ରାଙ୍କନ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯିବ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ଉଦଘାଟନ 

masiha

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!