ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଘଟଣା  ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦଳିତ ଆଦିବାସୀ ମହାସଂଘ 

ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଘଟଣା 

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦଳିତ ଆଦିବାସୀ ମହାସଂଘ 

ଭବାନୀପାଟଣା, ୨୩/୦୯-କଳାହାଣ୍ଡି ଜିଲ୍ଲା ମ. ରାମପୁରସ୍ଥିତ ନିଜ ବାସଭବନରେ ଥିବାବେଳେ ଜଣେ ଠିକାଦାର ବନ୍ଧୁକ ଦେଖାଇ ଧମକ ଚମକ ଦେବା ଘଟଣାରେ ସମ୍ପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସପକ୍ଷରେ ଆଗକୁ ଆସିଛି ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘ। ଠିକାଦାର ଦୁଇଭାଇ ଆକାଶ ଓ ନୀଲେଶ ଅଗ୍ରୱାଲଙ୍କୁ ଗିରଫ କରିବା, ଧମକ ଦେବା ଦିନ ବ୍ୟବହାର କରାଯାଇଥିବା ବନ୍ଧୁକ ଜବତ କରିବା, କାହା ନାଁରେ ଲାଇସେନ୍ସ ଥିଲା ତାର ତଦନ୍ତ କରିବା ସହିତ ସେମାନଙ୍କୁ କଳା ତାଲିକାଭୁକ୍ତ ଘୋଷଣା କରିବାକୁ ଦାବି କରିଛି ମହାସଂଘ। ସେହିପରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ବିଶେଷ କରି ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଧିକାରୀମାନେ ବିଭିନ୍ନ ସମୟରେ ଏଭଳି ଆକ୍ରୋଶର ଶିକାର ହେଉଥିବାବେଳେ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ମହାସଂଘ ତରଫରୁ ଦାବି କରାଯାଇଛି। ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀପ୍ରସାଦ ସିନ୍ଦୁର, ସାଧାରଣ ସଂପାଦକ ମହେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ପଦ୍ମଲୋଚନ ମାଝୀ, ନଗର କମିଟି ସଭାପତି ଚକ୍ରଧର ସେଠୀ, ନଗର କମିଟି କାର୍ଯ୍ୟକାରୀ ସଭାପତି ଅଭୟ ନାଏକ, ନଗର ଉପଦେଷ୍ଟା ନାଦରାଜ ନାଏକ ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ସାକ୍ଷାତ କରି ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଂଜଳି 

masiha

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!