ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଦେପୁର ଦେଉଲପଡା ରୁ ତାଲପଦର ମଧ୍ୟରେ ଶୌଚ ହେବାକୁ ଯାଇଥିବା ଦ୍ରୋଣ ବାଗ ନାମକ ୫୫ ବର୍ଷୀୟ ବ୍ୟକ୍ତି ଗତକାଲି ଠାରୁ ନିଖୋଜ ରହିଥିବା ବେଳେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଙ୍କ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଉପରମୁଣ୍ଡରେ କେନାଲ ପାଣି ନିୟନ୍ତ୍ରଣ କରିବା ପରେ ତଳମୁଣ୍ଡରେ ପାଣି କମି ନଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ତେବେ କେନାଲ ରେ ପାଣି କମିବା ପରେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଚିଲିଗୁଡା ପୁଲିସ ଫାଣ୍ଡି ଅଧିକାରୀ ମୀନକେତନ ଶବର ଉପସ୍ଥିତ ରହି ଶବ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୁଷ୍ଟ କରିଛି

Sunil Chandra Nayak

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

Sunil Chandra Nayak

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

Leave a Comment

error: Content is protected !!