ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଦେପୁର ଦେଉଲପଡା ରୁ ତାଲପଦର ମଧ୍ୟରେ ଶୌଚ ହେବାକୁ ଯାଇଥିବା ଦ୍ରୋଣ ବାଗ ନାମକ ୫୫ ବର୍ଷୀୟ ବ୍ୟକ୍ତି ଗତକାଲି ଠାରୁ ନିଖୋଜ ରହିଥିବା ବେଳେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଙ୍କ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଉପରମୁଣ୍ଡରେ କେନାଲ ପାଣି ନିୟନ୍ତ୍ରଣ କରିବା ପରେ ତଳମୁଣ୍ଡରେ ପାଣି କମି ନଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ତେବେ କେନାଲ ରେ ପାଣି କମିବା ପରେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଚିଲିଗୁଡା ପୁଲିସ ଫାଣ୍ଡି ଅଧିକାରୀ ମୀନକେତନ ଶବର ଉପସ୍ଥିତ ରହି ଶବ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି

Sunil Chandra Nayak

୧- ଡୁମେରପଦର ଓ କେରପାଇ ଅଞ୍ଚଳରେ ହାତୀ ଉପଦ୍ରବ ଭାଙ୍ଗିଲା ଘର, ବାଡିବଗିଚା, ନଷ୍ଟ କଲା ଜମି ଫସଲ, ଆତଙ୍କିତ ଅଞ୍ଚଳବାସୀ , ୨- ଶୋକାକୂଳ ପରିବେଶରେ ଅଗ୍ନି ଭୈରବ ଙ୍କ ପୂଜକ ଅନିରୁଦ୍ଧ ନାଏକ ଙ୍କ ପରଲୋକ

Sunil Chandra Nayak

ରାଇରଙ୍ଗପୁର ରେ ବୀର ଚକ୍ର ନୁଦୂରାମ ସୋରେନ ଶହୀଦ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!