ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ  ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ 

ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

ଲାଞ୍ଜିଗଡ଼, ୨୩/୦୯-ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଫାଉଣ୍ଡେସନ ଓ ଭାରତ ପେଟ୍ରୋଲିୟମ ଲିମିଟେଡର ମିଳିତ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଅଣ ସଂକ୍ରାମକ ରୋଗ ପ୍ରତିରୋଧ ପାଇଁ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ସମ୍ପର୍କିତ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକେ ସାମିଲ ହୋଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କଳିଙ୍ଗ କୁସୁମ ଫାଉଣ୍ଡେସନ ତରଫରୁ ଚିନ୍ମୟ ମିଶ୍ର, ନରେଶ ସୁନାନୀ ଓ ଫାର୍ମାସିଷ୍ଟ ମନୀଷ ସାହୁ ପ୍ରମୁଖ ଯୋଗଦେଇ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ପ୍ରକିୟାରେ ଲୋକଙ୍କୁ ପରାମର୍ଶ ସେବା ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ସମେତ ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟି ତରଫରୁ ସଭାପତି ପ୍ରଭାତ ରଞ୍ଜନ ବେହେରା, ହୃଷିକେଶ ବଗର୍ତ୍ତି, ପିଣ୍ଟୁ ପତି, ବିକ୍ରମ ଛତ୍ରିଆ, ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ସଞ୍ଜୀବ କୁମାର ପଣ୍ଡା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

Sunil Chandra Nayak

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

masiha

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

masiha

Leave a Comment

error: Content is protected !!