ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ମହିଳା, କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତହୀନତା, ରକ୍ତଚାପ, ମଧୁମେହ, କର୍କଟ ରୋଗର ପ୍ରାଥମିକ ଚିହ୍ନଟ, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା, ମହିଳା ଓ କିଶୋରୀ ବାଳିକାଙ୍କ ଋତୁସ୍ରାବ ପରିଚ୍ଛନ୍ନତା ରହି ମହିଳାମାନେ ସୁସ୍ଥ ରହିଲେ ଦେଶର ବିକାଶ ବୋଲି ଆଲୋକପାତ କରିଥିଲେ I ଏଥିରେ ପିଏଚଇଓ କିଶୋର ଚନ୍ଦ୍ର ଦାଶ, ଡାକ୍ତର ଚୁଲେଶ୍ୱର ହାତୀ, ଆୟୁଷ ଡାକ୍ତର ମଧୁସ୍ମିତା ପତି, ଫାର୍ମାସିଷ୍ଟ ସୁନୀଲ କୁମାର ବାଗ, ଏଏନଏମ ସୁଷମା ରଣା, ୱାର୍ଡ ଆଟେଡେଣ୍ଟ ବିଜୟୀ କୁମାର ସାହୁ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ ଉପସ୍ଥିତ ଥିବା ବେଳେ ସୁରକ୍ଷା କର୍ମୀ ବିପିନ ବଗର୍ତି ସମେତ ସମସ୍ତ ଆଶା ଦିଦି ଓ ଅଙ୍ଗନାୱାଡି ଦିଦି ସହଯୋଗ କରିଥିଲେ I 

Related posts

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

masiha

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଳନ

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

masiha

Leave a Comment

error: Content is protected !!