ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

ଗୁଆଳି:କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅନ୍ତର୍ଗତ ଟୋପାଡି ନିକଟରେ ଥିବା ୫୨୦ ନମ୍ବର ଜାତୀୟ ରାଜପଥର ଅତି ଦୟନୀୟ ପରିସ୍ଥିତି ହେତୁ, ଏକ ଯାତ୍ରୀବାହି ଅମ୍ବିକା ବସ ରାଜପଥ ଉପରେ ଫସିଯାଇଛି। ଏହି ଘଟଣା ଦ୍ୱାରା ଏକପଟେ ଯାତ୍ରୀମାନେ ଭୟ ଓ ଅସୁବିଧାରେ ପଡ଼ିଛନ୍ତି, ଅନ୍ୟପଟେ ଏହା ଲାଗି ଦୂର୍ଗମ ଅଞ୍ଚଳର ଗ୍ରାମବାସୀମାନେ ବି ଦୈନିକ ଯାତାୟାତରେ ବାଧା ସମ୍ମୁଖୀନ ହେଉଛନ୍ତି।

ରାଜପଥର ଏହି ଅଂଶରେ ବର୍ଷା ପରେ ରାସ୍ତା ଅତି ଶୋଚନୀୟ। ଏହି ପଥ ଦ୍ୱାରା ଦୂରଦୂରାନ୍ତର ଯାତ୍ରୀ ବସ, ଟ୍ରକ୍‌, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନଚାଳନ କରାଯାଉଥିବା ବେଳେ ଏଭଳି ସ୍ଥିତି ଦେଖି ବେଶ କେତେ ଯାନ ମଧ୍ୟ ଓଲଟିଯାଇଥିବା ଘଟଣା ପୂର୍ବରୁ ମଧ୍ୟ ଘଟିଛି। ସ୍ଥାନୀୟ ଜନତାଙ୍କ ଅଭିଯୋଗ ଅନୁଯାୟୀ, ବର୍ଷକାଠି ଧରି ଏହି ରାଜପଥ ରିପେୟାର ହେଉନାହିଁ। ଏକ ଗୋଟିଏ ମୁଖ୍ୟ ଯାତାୟାତ ମାର୍ଗ ହେବା ସତ୍ତ୍ୱେ ଏଥିରେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଯାତ୍ରୀମାନେ ଓ ଜନସାଧାରଣ । ଏକ ପକ୍ଷରୁ କୋଟି କୋଟି ଟଙ୍କା ଡିଏମଏଫ ଫଣ୍ଡ ରାଜସ୍ୱ ଭାବରେ ଆସୁଛି, କିନ୍ତୁ ଏହି ଟଙ୍କା କେଉଁଠି ବ୍ୟୟ ହେଉଛି ତାହା ଏକ ପ୍ରଶ୍ନ ଚିହ୍ନ ହୋଇ ରହିଛି।

ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଓ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦବାବ ଦେଉଛନ୍ତି ଯେ, ଶୀଘ୍ର ଏହି ରାଜପଥ ରିପେୟାରିଙ୍ଗ କାମ ଆରମ୍ଭ କରାଯାଉ। ଏହା ହେଉଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ମାର୍ଗ, ଏବଂ ଏହା ଦ୍ୱାରା ଅନେକ ଦୂରସ୍ଥ ଅଞ୍ଚଳ ର ମନ୍ଦିର, ବଜାର ଓ ଅନ୍ୟ ଜିଲ୍ଲା ସହିତ ସଂଯୋଗ ରହିଛି। ସମ୍ପୂର୍ଣ୍ଣ ଜନସାଧାରଣ ଆଶା କରୁଛନ୍ତି ଯେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଶୀଘ୍ର ଏହା ଉପରେ ଗମ୍ଭୀର ଧ୍ୟାନ ଦେଉଛନ୍ତି ଓ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରିବେ। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ 

Sunil Chandra Nayak

ନିଆ ଲାଗି ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

Sunil Chandra Nayak

Aditya Alumina Refinery Celebrates World Environment Day

masiha

Leave a Comment

error: Content is protected !!