ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି 

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି 

ଥୁଆମୂଳ ରାମପୁର :୨୩/୦୯ – (ମନିସ):- ବହୁଜନ ସମାଜ ପାର୍ଟିର କଳାହାଣ୍ଡି ଜିଲ୍ଲାରେ ନୂତନ ସଭାପତି ଚୟନ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି, ତା ୨୧.୦୯.୨୦୨୫ ରିଖ ରବିବାର ଦିନ ବହୁଜନ ସମାଜ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଧୂମାନ ସରୋଜ କୁମାର ନାଏକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥ୍ ଭାବରେ ଡଃ.ଲାଲଜୀ ମେଧାନକର ଜୀ କେନ୍ଦ୍ରୀୟ ସଂଯୋଜକ ଯୋଗ ଦେଇଥିବାବେଳେ ସମ୍ମାନନୀୟ ଅତିଥ୍ ଭାବରେ ଧୂମାନ ସୁଧୂର କୁମାର ନାୟକ, ଓଡିଶା ରାଜ୍ୟ ସଂଯୋଜକ ଧୂମାନ ବିଭୂତି ମାଝୀ, ରାଜ୍ୟ ଉପ ସଭାପତି ପ୍ରମୁଖ ଯୋଗଦାନ କରିଥିବା ବେଳେ ଧୂମାନ ମଧୂସୁଦନ ଯାଦବ ରାଜ୍ୟ ସାଧାରଣ ସଂପାଦକ ସଭା ପରିଚାଳନା କରିଥିଲେ। ଦଳର ସାଂଗଠନିକ କାର୍ଯ୍ୟର ଦୃଢିକରଣ ପାଇଁ କେନ୍ଦ୍ରୀୟ ସଂଯୋଜକ ସମ୍ମାନନୀୟ ଲାଲଜୀ ମେଧାନକର ଜୀ ରାଜ୍ୟ କମିଟିର ସଂପ୍ରସାରଣ କରିଥିଲେ । ଏହି କମିଟିରେ କଳାହାଣ୍ଡି ଜିଲ୍ଲାରୁ ଧୂମାନ ଯୋଗେଶ୍ବର ସାଗରଙ୍କୁ ରାଜ୍ୟ ସଂପାଦକ ଭାବରେ ମନୋନୀତ କରି ରାୟଗଡା ଜୋନରେ ଅନ୍ତର୍ଭୁକ୍ତ କରାଯାଇ କଳାହାଣ୍ଡି ଜିଲ୍ଲାର ସଂଗଠନ ଦାୟୀତ୍ବ ଅର୍ପଣ କରାଯାଇଛି। ଯେଉଁ ଜିଲ୍ଲା ମାନଙ୍କରେ ଜିଲ୍ଲା କମିଟି ଗଠନ କରାଯାଇନଥିଲା ସେହି ଜିଲ୍ଲା ମାନଙ୍କରେ କମିଟି ଗଠନ ପାଇଁ ଜିଲ୍ଲା ସଭାପତି ମାନଙ୍କ ନାମ ଘୋଷଣା ହୋଇଥିଲା । କଳାହାଣ୍ଡି ଜିଲ୍ଲା ପାଇଁ ଧୂମାନ ସୋମନାଥ ନାଏକଙ୍କୁ ଜିଲ୍ଲା ସଭାପତି ଭାବରେ ଘୋଷଣା କରାଯାଇ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଜିଲ୍ଲା କମିଟି ଗଠନ କରି ପୂର୍ଣାଙ୍ଗ ଜିଲ୍ଲା କମିଟିର ସଭ୍ୟ/ ସଭ୍ୟା ମାନଙ୍କ ନାମ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ । ତା ସହିତ ଦଳର ସାଂଗଠନିକକୁ ଦୃଢ ସଂପ୍ରସାରଣ ପାଇଁ ନିର୍ବାଚନ ମଣ୍ଡଳୀ କମିଟି, ବ୍ଲକ କମିଟି, ସେକ୍ଟର କମିଟି, ବୁଥ କମିଟି ଗଠନ କରି ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସଭାପତିଙ୍କ ପାଖରେ ଦାଖଲ କରିବେ, ଏଥିରେ ସୋମନାଥ ନାଏକଙ୍କୁ କଳାହାଣ୍ଡି ଜିଲ୍ଲାର ସଭାପତି ଭାବରେ ଘୋଷଣା କରାଯିବା ପରେ ଜିଲ୍ଲାର ବହୁଜନ ସମାଜ ପାର୍ଟି ଏବଂ ଦଳ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ସେଥିମଧ୍ୟରୁ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଥିଲା। ସେମାନେ ମତ ପ୍ରକାଶ କରିଥିଲେ ଯେ, ସୋମନାଥ ନାଏକ ଜଣେ ବରିଷ୍ଠ ଓ ଦଳର ଅନୁଭୁତି ସଂପନ୍ନ କର୍ମକର୍ତ୍ତା ଥିଲେ । ତେଣୁ ତାଙ୍କ ନେତୃତ୍ବରେ ଜିଲ୍ଲା ସଂଗଠନ ଆଗକୁ ଆହୁରି ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ 

Sunil Chandra Nayak

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!