ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଦୁଆରସନି ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ 

ମା ଦୁଆରସନି ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ 

ଜୁନାଗଡ଼ ୨୪/୯(ମନୀସ) ରାଜ ରାଜୁଡା ଅମଳରୁ ପୂଜା ପାଇ ଆସୁଥିବା ରାଜକୀୟ ଦେବୀ ମାଁ ଦୁଆର ସନି ଙ୍କ ଦଶହରା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମତୁଆଲ୍ ଗୁଡ଼ା ଗ୍ରାମ ଠାରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି। ଦେବୀ ଦୂଆରସନି ଙ୍କ ଦଶହରା ରାମପୁର ମାଣିକେଶ୍ଵରୀଙ୍କ ଝାମୁଯାତ୍ରା ପର ମହାଳୟା ଠାରୁ ପୂଜା ଆରମ୍ଭ ହୋଇଥାଏ।ଦେବୀ ପୀଠ ରେ ମହାଳୟା ଦିନ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ ସହ ଦେବୀଙ୍କ ବନ୍ଦନା କରି ଆମନ୍ତ୍ରିତ କରିଥାନ୍ତି। ଦିତୀୟ ଦିନ ସନ୍ଧ୍ୟରେ ମଧ୍ୟ ଭକ୍ତ ମା ଙ୍କ ଠାରେ ଅସ୍ଥା ବିଶ୍ୱାସ ର ସହ ଦୁଃଖ ଜଣାଇ ମାନସିକ ରଖି ଥାଆନ୍ତି। ତୃତୀୟ ଦିନ ସକାଳେ ଦେବୀ ଶିରା ବା କଳିଶି ରୂପ ରେ ଭକ୍ତ ଙ୍କ ଘର ଘର ବୁଲି ଭକ୍ତ ଙ୍କ ଦୁଃଖ ଶୁଣି ଥାଆନ୍ତି।ମଧ୍ୟାହ୍ନ ରେ ଦେବୀ ପୀଠ ରେ ପାରା, କୁକୁଡ଼ା, ବୋଦା ବଳିପଡ଼ିଥାଏ। ସବୁଠାରୁ ଭିନ୍ନ ପରମ୍ପରା ଦେଖିବାକୁ ମିଳି ଥାଏ , ଅନ୍ୟ ଯେ କୋନସି ଦେବୀ ପୀଠ ରେ ବଳି ପଡ଼ିଥିବା ବୋଦା ରକ୍ତ ଙ୍କୁ ମାଟି ରେ ଭୋଗ ଦେଉଥିବା ବେଳେ ଏଥି କିନ୍ତୁ ମଣିଷ ଦେହରେ ସବାର ହୋଇ ଥିବା ସିର ବା କାଲିଶି ସିଧା ସଳଖ କଞ୍ଚା ରକ୍ତ ଭକ୍ଷଣ କରିଥାନ୍ତି। କଞ୍ଚା ରକ୍ତ ପାଇ ସାରି ମଧ୍ୟ କାଳୀସୀ ଙ୍କ କିଛି ହୋଇଁ ନଥାଏ । ଚଳିତ ୨୦୨୫ ଦୁଆରସନୀ ଦେବୀ ଙ୍କ ଦଶହରା ର ପ୍ରଥମ ସଂଧ୍ୟରେ ନୃତ୍ୟ, ବାଜା ଶାଲ୍, ଘୁମୁରା ରଙ୍ଗରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବ ରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ପୁର୍ବତନ ଜୁନାଗଡ ନଗରପାଲ ମୁକେଶ ଅଗ୍ରୱାଲ,ବିରଞ୍ଚି ଛତ୍ରିଆ,ନରହରି ପଟ୍ଟନାୟକ, ସାମ୍ବାଦିକ ନରେନ୍ଦ୍ର ଖିତି,ନିକୁଞ୍ଜ ଚଲାନ, ମହାଦେବ ଖଣ୍ଡୁଆଲ, ଗଣେଶ ରାମ୍ ବାଗ, ଟିକଚନ ବାଗ ପ୍ରମୁଖ ମଞ୍ଚାଷିନ ଥିଲେ। ତୃତୀୟ ଦିନ ଉଦଯାପନୀ ସନ୍ଦ୍ୟା ରେ ମୁଖ୍ୟ ଅତିଥି ଭାବରେ ଯୁବ ଆଇନ ଯିବି ସମାଜ ସେବୀ ମାନସ ରଂଜନ ବାଗ, ସମ୍ମାନିତହେଲେ (ଆଇ ଟି ବି ପି) ଆସିଷ୍ଟାନ କମାଣ୍ଡର ପଙ୍କଜ ଛତ୍ରିଆ,ବିଦେଶୀ ଛତ୍ରିଆ,ଶ୍ରୀକାନ୍ତ ଛତ୍ରିଆ,ଯୁବ ସାମ୍ବାଦିକ ରଜନୀକାନ୍ତ ଛତ୍ରିଆ,ହରିହର ଛତ୍ରିଆ, ହର୍ଷ ପାଣିଗ୍ରାହୀ, ଟଙ୍କ ଧର ବିହାରୀ, ଜୟରାମ ଛତ୍ରିଆ, ଅବିକର ଛତ୍ରିଆ,ପ୍ରମୁଖ ମଞ୍ଚସିନା ଥିଲେ। କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନ କରିବାରେ ବାବୁନି ତାଣ୍ଡି ଖଗପତି ଛତ୍ରିଆ,ଅକ୍ରୁର ଛତ୍ରିଆ,ପରମେଶ୍ବର ଛତ୍ରିଆ, ଗଗନ ଛତ୍ରିଆ, ତଥା ଦୁଆର ଶନି ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ପାଳନ

masiha

ହ୍ୟୁମାନିଟୀ ଫାଉଣ୍ଡେସନ ର ପଖାଳ ଦିବସ

Sunil Chandra Nayak

ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ; ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

Leave a Comment

error: Content is protected !!