ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ

ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

ରାଉରକେଲା ୨୫/୯, ରାଉରକେଲା ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଆବଶ୍ୟକତା ଅନୁସାରେ ଆରଜିଏଚର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଘଟଣା ଜାଣିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଦେଶ ସ୍ବାଧୀନତା ଦିବସର ତିଥି ଅର୍ଥାତ୍ ୧୫ ଅଗଷ୍ଟ ୨୦୨୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଅପରେସନ ସିନ୍ଦୁରର ସ୍ମୃତିରେ ୧୦୦୧ ୟୁନିଟ ରକ୍ତ ସଂଗ୍ରହର ସଂକଳ୍ପ ନେଇଥିଲେ । ଅଗଷ୍ଟ ୧୫ ତାରିଖରେ ସେକ୍ଟର-୩ ସ୍ଥିତ ରାଉରକେଲା ସରକାରୀ କଲେଜ ପରିସରରେ ସେଠାକାର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ସ୍ବେଛାକୃତ ରକ୍ତଦାନ ଶିବିରର ବିଧାୟକ ଦୁର୍ଗା ଚରଣ ତନ୍ତୀ ଉଦ୍ଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ସହରର ବିଭିନ୍ନ ସ୍କୁଲ, କଲେଜ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନମାନଙ୍କ ସହଯୋଗରେ ଅନେକ ସ୍ଥାନରେ ନିଜର ଏହି ସଂକଳ୍ପର ସିଦ୍ଧି ପାଇଁ ସ୍ବେଛାକୃତ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା । ଫଳରେ ଗତ ଢା ୨୩/୯/୨୦୨୫ରିଖ ସୁଦ୍ଧା ଅପରେସନ ସିନ୍ଦୁର ଯୋଜନାରେ ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ୧୦୦୭ ୟୁନିଟ ରକ୍ତ ଜମା କରାଯାଇପାରିଛି । ଏ ସମ୍ବନ୍ଧରେ ରକ୍ତ ଭଣ୍ଡାରର ନୋଡାଲ ଅଧିକାରୀ ଅପରେସନ ସିନ୍ଦୁର ନାମରେ ପ୍ରମାଣ ପତ୍ର ଜାରି କରିବା ସହିତ ଜଣେ ଲୋକର ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ରକ୍ତ ସଂଗ୍ରହ କରିବାର ସଂକଳ୍ପ ନେଇ ଏହାକୁ ସଫଳତାର ସହ ସମାପନ କରିଥିବା ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ରାଉରକେଲା ରକ୍ତ ଭଣ୍ଡାରର ନୋଡ଼ାଲ ଅଧିକାରୀଙ୍କ ପକ୍ଷରୁ ଏକ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗତକାଲି ଭୁବନେଶ୍ୱରରେ ଉପସ୍ଥିତ ଥିବା ବିଧାୟକ ଦୁର୍ଗା ଚରଣ ତନ୍ତୀ ରକ୍ତ ସଂଗ୍ରହର ଏହି ସଫଳତା ସମ୍ବନ୍ଧରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜଣାଇଥିଲେ। ବିଧାୟକଙ୍କ ଏହି ପ୍ରୟାସ ନା କେବଳ ପ୍ରଶଂସନୀୟ ଏହା ସମାଜର ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ପ୍ରେରଣାଦାୟୀ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ଜଣେ ରୋଗୀଙ୍କ ପାଇଁ ଆବଶ୍ୟକ ଥିବା ଗୋଟିଏ ୟୁନିଟ ରକ୍ତ ପାଇଁ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ସରକାରୀ ଡାକ୍ତରଖାନାର ଅଧିକାରୀଙ୍କୁ କହିଥିଲେ । ତେବେ ସେତେବେଳେ ଡାକ୍ତରଖାନାରେ ଗୋଟିଏ ମଧ୍ୟ ୟୁନିଟ ରକ୍ତ ନଥିବା ଜାଣିବା ପରେ ବିଧାୟକ ଏପରି ସଂକଳ୍ପ ନେଇ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

Sunil Chandra Nayak

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

masiha

Leave a Comment

error: Content is protected !!