ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ 

ଆଦି କର୍ମଯୋଗୀ ଅଭିଯାନ 

ରାଉରକେଲା: ଆଜି ଜିଲ୍ଲାପାଳ ‘ଆଦି କର୍ମଯୋଗୀ ଅଭିଯାନ’ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ସାଲେପାଲି ପଞ୍ଚାୟତର ଡୁଡୁକି ଗାଁ ଓ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତର ବନ୍ଧପାଲି ଗାଁ ପରିଦର୍ଶନ କରିଥିଲେ ।ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା, ଅଗ୍ରଗତି ଏବଂ ଆଦି ସେବା କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଗ୍ରାମବାସୀ ଏବଂ ଆଦିବାସୀ ସମ୍ପ୍ରଦାୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ, ସେମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ତୃଣମୂଳ ସ୍ତରର ଯୋଜନାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ଜିଲ୍ଲାପାଳ ଆଦି ସେବା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସମ୍ପ୍ରଦାୟ ସ୍ତରରେ ଯୋଜନାଗୁଡ଼ିକର ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ. 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ 

masiha

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

masiha

କନ୍ଧମାଳ ଜିଲ୍ଲାକୁ ଅଶାନ୍ତ କରିବାକୁ ଦିଆଯିବ ନାହିଁ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତି କୁ ସ୍ବାଗତ 

Sunil Chandra Nayak

Leave a Comment

error: Content is protected !!