ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ରାଉରକେଲା/ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି। ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମିଳିତ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରାଉରକେଲା ଶ୍ରମ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଂଜନ ମହାନ୍ତିଙ୍କ ପରାମର୍ଶ ଓ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଜ୍ୟୋତି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶ୍ରମିକ ସଙ୍ଗଠନର ବରିଷ୍ଠ ନେତୃବୃନ୍ଦ ପ୍ରଶାନ୍ତ କୁମାର ବେହେରା,ବୈଦ୍ୟନାଥ ଦାସ,ସତ୍ୟପ୍ରୀୟ ମହାନ୍ତି,ସଦାନନ୍ଦ ସାହୁ, ଜାହାଙ୍ଗୀର ଅଲ୍ଲୀ,ଅକ୍ଷୟ ନାୟକ, ରାଜେନ୍ଦ୍ର ମହନ୍ତ,ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ବକ୍ତବ୍ଯ ରଖି ବିଭାଗ ତରଫରୁ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶ୍ରମିକଙ୍କ ସ୍ବାର୍ଥର ସୁରକ୍ଷା ଓ ବିଭିନ୍ନ ସୁବିଧା ପ୍ରଦାନ ପାଇଁ ଦାବି କରିଥିଲେ। ବକ୍ତାମାନେ ବିଶ୍ବ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଓ ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ,ନିର୍ମାଣ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କର ସୁରକ୍ଷା ଓ ସୁବିଧା ବାବଦରେ ଆଲୋଚନା କରି କହିଲେ ଯେ ଏକଥା ସତଯେ ଖଟିଖିଆ ମାନେହିଁ ଆଜି ଯୁଗର ନିର୍ମାତା। ଏହି ମାନେହିଁ ଏ ଜାତିର ଅର୍ଥନୀତି ଓ ପ୍ରଗତିଶୀଳର ମେରୁଦଣ୍ଡ। ଶ୍ରମିକ ଦିବସ ପାଳନ ଏକ ବିଧି ସର୍ବସ୍ବ ନହୋଇ ଶ୍ରମିକ ମାନଙ୍କର ଉନ୍ନତିରେ ଏକ ସଂକଳ୍ପ ଓ ଆହ୍ବାନର ଦିବସ ହେଉ। ଏହି ଅବସରରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣର ୮୪୫ଜଣ ନିର୍ମାଣ ଶ୍ରମିକଙ୍କୁ ୨କୋଟି ୩୪ଲକ୍ଷ ୫୩ହଜାର ୬୦୦ ଟଙ୍କାର ସହାୟତା ଏବଂ ୫୪ଜଣ ଅସଂଗଠିତ ଶ୍ରମିକଙ୍କୁ ଶିକ୍ଷା ସହାୟତା,ବିବାହ ସହାୟତା,ମାତୃତ୍ବ ଜନିତ ସହାୟତା,ମୃତ୍ୟୁ ଜନିତ ଅନୁକମ୍ପା ରାଶି ୮ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯିବା ସହିତ ବିଭିନ୍ନ ୧୫୦ ଜଣଙ୍କ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଅସଂଗଠିତ କାର୍ଯ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ୫୦ଜଣଙ୍କୁ ପରିଚୟ ପତ୍ର ପ୍ରଦାନ ସହ ୪ ଜଣଙ୍କୁ ମୃତ୍ୟୁ ଜନିତ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯାଇଥିଲା। ପ୍ରାରମ୍ଭରେ ଶ୍ରମ ଅଧିକାରୀ ଶ୍ରୀମତୀ ନାୟକ ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ଶ୍ରମ ଅଧିକାରୀ ରଶ୍ମିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକସଂଗଠନ ର କର୍ମକର୍ତ୍ତା ଓ ଶ୍ରମିକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଦିଗମ୍ବର ମହାନ୍ତି,ଦିଲ୍ଲୀପ ଲେହିରୀ, ଗଗନ ବିହାରୀ ସାହୁ,ଜଗନ୍ନାଥ ସାହୁ,କ୍ଷେତ୍ର ମୋହନ ମଶାନ୍ତ,ପ୍ରଶାନ୍ତ ମାଝୀ,ଲିପି ଘୋଷ,ଲିଜା ମହାରଣା ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା – ଅସୁବିଧା

Sunil Chandra Nayak

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

Leave a Comment

error: Content is protected !!