ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାପାଟ ଜମିଦାରଙ୍କ ପରଲୋକ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଜ୍ୟୋତି ପ୍ରତାପ ସିଂ କର୍ଲାପାଟ ଜମିଦାର ଭାବରେ ପରିଚିତ ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦ।ନକରି ଗ୍ରାମର ବିକାଶ ଦିଗରେ ସର୍ବଦା ଚେଷ୍ଟା କରୁଥିଲେ ।କର୍ଲାପାଟ ଜମିଦାର ଭାବରେ ତାଙ୍କର ସୁନାମ ରହି ଥିଲା । ଜ୍ୟୋତି ପ୍ରତାପ ସିଂ ଅନେକ ମାସ ହେଲା ଶଯ୍ୟାଶାୟୀ ହୋଇ ପଡିରହିଥିଲେ ।ହେଲେ ଗତ କାଲି ଶୁକ୍ରବାର ଦିନ ସନ୍ଧ୍ୟାରେ ଚିଲିଗୁଡା ସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଗାଁ ରେ ଶୋକର ଛାୟା ଖେଳି ଯାଇଥିଲା ।ଗ୍ରାମର ଅନେକ ଜନସାଧରଣ ତାଙ୍କର ଶେଷ ଦର୍ଶନ କରିଥିଲେ ।ତାଙ୍କ ନିଜସ୍ୱ ସ୍ବ ସାନ ଘାଟରେ ଶବ ଦାହ କରାଯାଇ ଥିଲା ।ଏଥିରେ ତାଙ୍କର ପୁତ୍ର ଯଶୋ ବନ୍ତ ସିଂ ,ବିକ୍ରମ ସିଂ ,ପ୍ରତାପ ସିଂ ,ବିରେନ୍ଦ୍ର ସିଂ ଏବଂ କଲ୍ୟାଣ ସିଂ ମୁଖାଗ୍ନି ଦେଇଥିଲେ ।ଏଥିରେ ନିଜର ଆତ୍ମୀୟ ସ୍ଵଜନ ଏବଂ ପରିବାର ବର୍ଗ ସାମିଲ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲାା ତାଙ୍କ ମୃତ୍ୟୁ ରେ ଅଞ୍ଚଳର ବରିଷ୍ଠ ସଦସ୍ୟ ମାନେ ଗଭୀର ଶୋକ ପ୍ରକାଶ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା ।

Related posts

ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ବିଜ୍ଞlନ ମେଳା : ୯୩ ଟି ପ୍ରକଳ୍ପ ହେଲା ପ୍ରଦର୍ଶିତ :୬ଟି ଜିଲ୍ଲା ସ୍ତର କୁ ଉନ୍ନୀତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!