ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନର କରୁଣ କାହାଣୀ :କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

ମ.ରାମପୁର:୩୦/୪(ମସୀହା):ଦାଦନ ଦୁଃଖର ଅନ୍ତ ହେଉନି । ଗୋଟିଏ ପରେ ଗୋଟିଏ ଦାଦନର ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନା ପଞ୍ଚାୟତର ଯୁବକ ଅଶୋକମାଝୀ ଗତ ପ୍ରାୟ ପାଞ୍ଚ ବର୍ଷ ହେଲା କେରଳ ଯାଇଥିଲେ କାମ କରି ରୋଜଗାର କରିବାକୁ । ଏବେ ଗତପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ସମୟ ହେଲା ସେ କେରଳର ଏକ ସରକାରୀ ଡ଼ାକ୍ତରଖାନାରେ ଆଇସିୟୁରେ ଭତ୍ତି ହେଇଛନ୍ତି । ଉକ୍ତ ଯୁବକଙ୍କ ବାପା-ମାଁ କେହି ନଥିବାବେଳେ ନିଜ ଗାଁର ସାଙ୍ଗସାଥୀମାନେ ପାଳି କରି ତାଙ୍କୁ ଡ଼ାକ୍ତରଖାନାରେ ଜଗି ରହିଛନ୍ତି । ପିଲାଟି ଦିନରୁ ଅଶୋକ ନିଜ ବାପା-ମାଁଙ୍କୁ ହରାଇଥିବାବେଳେ ନିଜ ବଡ଼ ବାପାଙ୍କ ପାଖରେ ରହିଆସୁଥିଲେ । କିନ୍ତୁ ଗତ ପ୍ରାୟ ପାଞ୍ଚ ବର୍ଷ ହେବ ସେ ଦାଦନ ଯାଇ ବିଭିନ୍ନ କମ୍ପାନୀରେ କାମ କରୁଥିଲେ ହେଁ ଗତ ପ୍ରାୟ ମାସେ କାଳ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲା । ପରେ ଅବସ୍ଥା ବିଗିଡ଼ିବାରୁ ଆଇସିୟୁରେ ରଖାଯାଇଛି । ତେବେ ଗ୍ରାମର ଯୁବକମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିବା ପରେ ପନ୍ଦର ହଜାର ଟଙ୍କା ଅର୍ଥରାଶି ସହାୟତା କରିଥିଲେ । ଏବଂ ଗାଁର ଯୁବକମାନେ ନିଜେ ନିଜେ ମିଳିତ ଭାବରେ ପ୍ରାୟ ତିରିଶ ହଜାର ଟଙ୍କା ଆଦାୟ କରି ସହାୟତା କରିଛନ୍ତି । ଏବେ ଗାଁର ଯୁବକମାନେ ତାଙ୍କୁ କେରଳ ରୁ ଓଡ଼ିଶା କୌଣସି ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କଲେ ଚିିକିତ୍ସାରେ ସହଜ ହେବ ବୋଲି କହିଛନ୍ତି । ଏଣୁ ଗ୍ରାମର ଯୁବକମାନେ ସହାୟତା କରିବାକୁ ନିବେଦନ କରିଛନ୍ତ l

ମ. ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ l

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ଯକ୍ଷଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

Leave a Comment

error: Content is protected !!