ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ବରୀଙ୍କ ମନ୍ଦିର ପରିସରରେ ‘ମହୁରି’ର ଦେବାର୍ପଣ ଉତ୍ସବ

ମା ମାଣିକେଶ୍ବରୀଙ୍କ ମନ୍ଦିର ପରିସରରେ ‘ମହୁରି’ର ଦେବାର୍ପଣ ଉତ୍ସବ

 ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଶାରଦୀୟ ପତ୍ରିକାର ଭୂମିକା ସମ୍ପ୍ରତି ଯେତିକି ଗୁରୁତ୍ୱ ସେତିକି ମହତ୍ତ୍ୱ। ଲେଖକୀୟ ସଂସ୍କୃତି ଚଳଚଞ୍ଚଳ ହୋଇଉଠେ ପାର୍ବଣ ଅବସରରେ। ପୂଜା ପତ୍ରିକାର ଭିଡ଼ ଜମେ। ତେବେ ସବୁ ଦୃଷ୍ଟିରୁ ବାରିହୋଇପଡ଼େ କଳାହାଣ୍ଡିରୁ ପ୍ରକାଶିତ ମହୁରି ପତ୍ରିକା। ଆକର୍ଷଣୀୟ ପ୍ରଚ୍ଛଦ, ଚମତ୍କାର ଶବ୍ଦ ସଜ୍ଜା, ସବୁ ବିଭାଗର ସାମଗ୍ରିକ ସମନ୍ୱୟ, ଉନ୍ନତ ପୃଷ୍ଠା, ସୁନ୍ଦର ସମ୍ପାଦନା ସାଙ୍ଗକୁ ପାଠକର ହୃଦୟ ଜିଣିଲା ଭଳି ଉଚ୍ଚ ସ୍ତରୀୟ ଲେଖା ସକାଶେ ମହୁରି ଏବର୍ଷ ବି ଚର୍ଚାରେ ରହିଛି। ସବୁବର୍ଷ ପରି ମା ମାଣିକେଶ୍ବରୀଙ୍କ ପ୍ରାଙ୍ଗଣରେ ମହୁରିର ଦେବାର୍ପଣ ଉତ୍ସବ ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ସ୍ୱାଧୀନ ପାତ୍ର ଯୋଗ ଦେଇଥିଲେ। ସମ୍ପାଦକ ସୁକାନ୍ତ ସାହୁଙ୍କ ସହ ସମ୍ପାଦନା ମଣ୍ଡଳୀର ନିରୋଜ ପଟ୍ଟନାୟକ, ଡ ତପନ ରଥ, ବିରଞ୍ଚି ନାରାୟଣ ମୁଣ୍ଡ ଓ ସଂହିତା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାନ୍ତିସ୍ୱରୂପା ପଣ୍ଡା, ପ୍ରଦୀପ ଦାସ, ସୁଜାତା ପଣ୍ଡା, ନିବେଦିତା ମିଶ୍ର, ନରହରି ପଟ୍ଟନାୟକ, ଅପ୍ରେସ ସ୍ୱାଇଁ, ଭାସ୍କର ଜ୍ୟୋତିରାଦିତ୍ୟ ନିଆଲ ପ୍ରମୁଖ ସହଯୋଗ କରିଥିଲେ। ଏଇ ଅବସରରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପତ୍ରିକାର ଦୀର୍ଘାୟୁ କାମନା କରିଥିଲେ। 

Related posts

ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟ୍ ରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ଆୟୋଜନ

Sunil Chandra Nayak

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

masiha

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

masiha

Leave a Comment

error: Content is protected !!