ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ
କାମାକ୍ଷାନଗର (ମନିସ)23/9/25 ++ ଭୁବନ ବ୍ଲକ ଗଡ଼ ନୃସିଂହ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରୁଗା ନାଏକ ସାହିର ଷ୍ଟ୍ରିଟ୍ ଲାଇଟ ଦୀର୍ଘଦିନ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି | ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି | ଯେତେବେଳେ ଗାଁକୁ ସରକାରଙ୍କ ତରଫରୁ ମିଳିଥିଲା ଏ ଲାଇଟ ଗ୍ରାମବାସୀ ବେଶ ଖୁସିରେ ଜୀବନ ଯାପନ କରି ଆସୁଥିଲେ | କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଷ୍ଟ୍ରିଟ ଲାଇଟକୁ ସଜାଡ଼ିକୁ ମଧ୍ୟ ପ୍ରଶାସନର ଦୃଷ୍ଟି ଏଠାରେ ଦୀର୍ଘ ଦିନ ହେବ ପଡ଼ି ପାରୁନଥିଲା ହେଲେ ଆଜି ଏ ବାବଦରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ମତ ରଖିଛନ୍ତି ଆଉ ସେ କହିଛନ୍ତି ଯେ ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ପଞ୍ଚାୟତର ସମସ୍ତ ଗ୍ରାମରେ ଅଚଳ ହୋଇ ପଡିରହିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକୁ ସଜଡ଼ା ଯିବ | ମୁରୁଗା ନାଏକ ସାହି ରାସ୍ତା ଦେଇ ସବୁବେଳେ ଚଣ୍ଡୀପାଳ, କିଙ୍ଗୋଳ, ଜୟପୁର ଓ ଅସୁରବନ୍ଧ ଗ୍ରାମର ଲୋକମାନେ ଯାତାୟାତ କରିଥାନ୍ତି କାରଣ ଏହି ରାସ୍ତା ତାଙ୍କୁ ଜାତୀୟ ରାଜପଥ ଦେଇ କାମାକ୍ଷା ନଗର ଯିବାକୁ ପାଖ ହେଇଥାଏ | ଯେତେବେଳେ ସନ୍ଧ୍ୟା ହୁଏ ଏହି ମୁରୁଗା ଗ୍ରାମର ଲୋକମାନେ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରିଥାନ୍ତି କାରଣ ଜଙ୍ଗଲ ପାଖରେ ଏହି ଗ୍ରାମଟି ଆଉ ବେଳେ ବେଳେ ହାତୀ, ଭାଲୁ ଓ ଅନ୍ୟାନ୍ୟ ଜଙ୍ଗଲୀ ପଶୁମାନେ ଗାଁରେ ପଶି ବହୁତ ଖୟକ୍ଷତି କରି ଥାଆନ୍ତି | ତେଣୁ ଯଥା ଶୀଘ୍ର ଏ ଷ୍ଟ୍ରିଟ ଲାଇଟ ଗୁଡ଼ିକୁ ସଜାଡ଼ିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

