ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ର ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲା ପରିଷଦ ଷଷ୍ଠ ବୈଠକ ଆଜି ସଦଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡ଼ଲି ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲାପାଳ ସ୍ବାଧା ଦେବ ସିଂ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ। ସେହିପରି ନୂଆପଡା ଜିଲ୍ଲାର ୧୩ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ୧୭ ଗୋଟି ବିଭାଗୀୟ ର ଉନ୍ନୟନ କାର୍ଯ୍ୟ ସହ କୃଷି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସେଚନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ପାଳନ ବିଭାଗ, ଜଳ ବିଭାଜିକା ମିଶନ, ଆଦିବାସୀ ଉନ୍ନୟନ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ,ସାମାଜିକ ସୁରକ୍ଷା,ପଞ୍ଚାୟତିରାଜ, ବିଦ୍ୟୁତ,ସାମାଜିକ କଲ୍ୟାଣ,ଉଠା ଜଳସେଚନ ବିଭାଗ,ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ମିଶନ, ଜିଲ୍ଲା ଶିକ୍ଷା ଓ ଗଣଶିକ୍ଷା ବିଭାଗ,ସର୍ବଶିକ୍ଷା ଅଭିଯାନ, ଅନେକ ବିଭାଗରେ କାର୍ଯ୍ୟ ଏବଂ ବ୍ୟୟ ଅଟ୍ଟକଳ ଉପରେ ବୈଠକରେ ଆଲୋଚନା ହୋଇଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

ଦାସୀ ଗାଁରେ ଜନ ଶୁଣାଣି ଶିବିର

Sunil Chandra Nayak

କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କଲେ  ଏ ଓଏସ୍ ସିଏଫ କାର୍ଯ୍ୟକର୍ତ୍ତା

Leave a Comment

error: Content is protected !!