ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନବରଙ୍ଗପୁର:( ତା ୨୬.୯.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ବ୍ଲକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି ଶିବିରରେ ଆସିଥିଲେ। ଶିବିରର ମୂଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଶରତ ଭତ୍ରା ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଡ ସୁନୀଲ କୁମାର ଖରା,ଏବିଡିଓ ଗୋପାଳ ପଣ୍ଡା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ,ନାଶା,ଗଳା ଓ କର୍ଣ ବିଶେଷଜ୍ଞ,ଚକ୍ଷୁ ବିଶେଷଜ୍ଞ ଓ ମାନସିକ ବିଶେଷଜ୍ଞ ଉପସ୍ଥିତ ରହିଥିଲେ। ଶିବିରରେ ମୋଟ ୧୫୩ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକରଣ କରାଯାଇଥିଲା ବେଳେ ୧୩୩ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବାର ଯୋଗ୍ୟ ବିବେଚିତ ହୋଇଥିଲେ। ଦିବ୍ୟାଙ୍ଗମାନଙ୍କ ବସପାସ୍,ଭତ୍ତା ଆବେଦନ,ଚାଉଳ ତଥା ସରକାରୀ ସୁବିଧାମାନ ପ୍ରଦାନ କରାଯିବାକୁ ଆବେଦନ ଗ୍ରହଣ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ ଓ ସହଯୋଗ ନିମନ୍ତେ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହାଛଡା ଜିଲ୍ଲା “ସକ୍ଷମ” ତରଫରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସେବା କେନ୍ଦ୍ର ଖୋଲାଯାଇଥିଲା। ଯେଉଁଥିରେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇଥିଲେ। ଜିଲ୍ଲା ସକ୍ଷମ ତରଫରୁ ସଭାପତି ସୁଜିତ୍ ରଥ,ଉପସଭାପତି ପ୍ରୀତିଶ୍ ଚନ୍ଦ୍ର,ସଦସ୍ୟା ପରମେଶ୍ବରୀ ପାହାଡି ଉପସ୍ଥିତ ରହିଥିଲେ। ସକ୍ଷମ କେନ୍ଦ୍ରରେ ରାଜସ୍ବ ନିରିକ୍ଷକ ଲମ୍ବୋଦର ପ୍ରଧାନୀ,ଡ ପଙ୍କଜ ପଟ୍ଟନାୟକ ସହଯୋଗର ହାତ ବଢାଇଥିଲେ। ଶିବିରଟି ବିଡ଼ିଓ ଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ପରିଚାଳନା ଦାୟିତ୍ୱରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ, କାମାକ୍ଷୀ ତ୍ରିପାଠୀ ଓ ଭି ପବନ କୁମାର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ,ସମିତିସଭ୍ୟ,ଓ୍ବାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

masiha

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ …

Sunil Chandra Nayak

Leave a Comment

error: Content is protected !!