ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଧୁବାବୁ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ମଧୁବାବୁ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲଜୀଙ୍କ ଜନ୍ମ ଜୟନ୍ତୀ ପାଳିତ 

ରାଉରକେଲା । ସେକ୍ଟର ୮ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେପି ମଧୁବାବୁ ମଣ୍ଡଳ ତରଫରୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା, ତଥା ଅନ୍ତୋଦୟ ଓ ଏକାତ୍ମ ମାନବ ବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଦିନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନ, ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତୋଦୟର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦିନଦୟାଲ। ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ଯସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କରିଛନ୍ତି । ମଞ୍ଚାସିନ ନେତୃବୃନ୍ଦ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ମନ୍ଦିର ସମ୍ପାଦକ ହରେକୃଷ୍ଣ ପାଢ଼ୀ, ପ୍ରାକ୍ତନ ମଣ୍ଡଳ ସଭାପତି , ସନ୍ତୋଷ ବିରାଟ, ବରିଷ୍ଠ ନେତା ଅକ୍ଷୟ କୁମାର ଦାଶ, ନମ୍ରତା ବାଗ, ଅଜୟ ପାତ୍ର ପ୍ରମୁଖ ଦିନଦୟାଲଜୀଙ୍କ ଶ୍ରୁତି ଚାରଣ କରିଥିଲେ । ଶ୍ରୀ ବିରାଟ ପରିଚାଳନା କରିଥିବା ବେଳେ ମଣ୍ଡଳ ସାଧାରଣ ସମ୍ପାଦକ ରବିନ୍ଦ୍ରନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାସ ସାମଲ, ଶ୍ରୀକାନ୍ତ ପାଢ଼ୀ, ବ୍ୟାସଦେବ ନାଥ, ଅଜୟ ରାଉତ, ନମିତା ସେନାପତି ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା , ରାଉରକେଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରଙ୍ଗିଲା ଛକ ଠାରେ ଅନୁଷ୍ଠିତ

Sunil Chandra Nayak

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!