ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

ମୟୂରଭଂଜ – ୨୬/୦୯ — ମୟୂରଭଂଜ ଲୋକସଭା ସାଂସଦ ନବ ଚରଣ‌ମାଝୀଙ୍କ ମାତା ସଲମା ମାଝୀ(୧୦୧) ତାଙ୍କ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଆଜି ଅପରାହ୍ନ ୧ ଟାଏ ପାଖାପାଖି ସମୟରେ ପରଲୋକ ହୋଇଯାଇଛି ।ସେ ଜଣେ ଧର୍ମପରାୟଣ,ମେଳାପି,ମିଷ୍ଟଭାଷୀ, ଦରଦୀ ମହିଳା ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ଵିଭିନ୍ନ‌ରାଜନୈତିକ ଦଳର ନେତୃବୃନ୍ଦ,ଶୁଭେଛୁ ଆତ୍ମୀୟ ସ୍ବଜନ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ପୁଷ୍ପମାଲ୍ୟ ଦେଇ ଗଭୀର‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ବିଜେପି ରାଜ୍ଯ‌ସଂପାଦକ ନବୀନ ରାମ,ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ସାରସକଣା ବିଧାୟକ ଭାଦଵ‌ ହାଃସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ଆଇଟି ସେଲ ଶଶାଙ୍କ କୁମାର,ଜିଲ୍ଲା ଵିଜେପି ସାଧାରଣ ସଂପାଦକ ମନୋଜ ଦାସ,ବିକାଶ ମ଼ହାନ୍ତ,ସରୋଜ ମହାନ୍ତ,ସୁନ୍ଦର ମୋହନ ମହାନ୍ତ,ଅଶୋକ ମହାନ୍ତ,ସୁନିଲ ମହାନ୍ତ,ବିଜୁ ଗୋପାଲ ଗୋପ, ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ,ବହୁ ବିଜେପି ନେତୃବୃନ୍ଦ ପ୍ରମୁଖ ପହଞ୍ଚି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତାଙ୍କର ଶେଷକୃତ୍ୟ ମହୁଲଡିହାରେ କରାଯାଇଛି ।ତାଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଗଭୀର ଶୋକ ପ୍ରକାଶ ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

Leave a Comment

error: Content is protected !!