ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ 

ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ହାଇଟେକ୍ ମେଡିକାଲ୍ କଲେଜ ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଶିବିର ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମ ଟି ଅନୁଷ୍ଠିତ ହୋଇଯାଇଛି। ହାଇଟେକ୍ ମେଡିକାଲ୍ କଲେଜର ଏଜିଏମ ଶୁଭାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ଓ ଭାଇବ୍ରାଣ୍ଟ ସଦସ୍ୟ ଙ୍କ ସହାୟତା ରେ ଆଶ୍ରମର ପ୍ରାୟ ୨୦୦ ଜଣ ଅନ୍ତେବାସୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା ଓ ଔଷଧ ବିତରଣ କରାଯାଇଥିଲା। 

    ସେହିପରି ଆଶ୍ରମର ପ୍ରାକ୍ତନ ଅଧ୍ୟକ୍ଷ ଡ ଉମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନ୍ତେବାସୀଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା।

   ଅନ୍ୟପଟେ ପୂର୍ବରୁ ଏକ ସଚେତନତା କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଫେସର ରୋଟାରିଆନ ଅଞ୍ଜଳି ହୋତା ଡେଙ୍ଗୁ, ମ୍ୟାଲେରିଆ ରୁ ମୁକ୍ତି ପାଇବା ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଭାଇବ୍ରାଣ୍ଟ ସଭାପତି ରୋଟାରିଆନ ଡ ସଞ୍ଜୁକ୍ତା ପତି, ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ, ତଥା ସମସ୍ତ ରୋଟାରିଆନ ବସନ୍ତ ତନ୍ତୀ, ପ୍ରଶାନ୍ତ ପାତ୍ର, ଅଶୋକ ମିଶ୍ର, ଅଞ୍ଜଳି ହୋତା, ଅନିତା ନାୟକ, ଅନିତା ଜୈନ,ଡ଼ ନିବେଦିତା ପଟ୍ଟନାୟକ ରାୟ, ନିରୁପମା ପତି, ସୈ।ଦାମିନୀ ଶତପଥୀ ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଘ୍ନେଶ ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

masiha

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ପଥର କ୍ରସରକୁ ୫ଟି ଗାଁର ଗ୍ରାମବାସୀଙ୍କ ବିରୋଧ

ଷ୍ଟେଚରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

Sunil Chandra Nayak

Leave a Comment

error: Content is protected !!