ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ବ୍ଲକ ଅନ୍ତର୍ଗତ ପିପଲା ଗ୍ରାମ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରି ଜଗନ୍ନାଥ ସେବା ସମିତି ର ଏଭଳି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ସ୍ଵାସ୍ଥ୍ୟ ସେବା ଅପହଞ୍ଚ ଥିବା ଦୁର୍ଗମ ଅଞ୍ଚଳରେ ଏଭଳି ସ୍ଵାସ୍ଥ୍ୟ ସେବା ଜାରୀ ରହିବ ବୋଲି ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଥିଲେ।ଡାକ୍ତର ଶ୍ରୀନିବାସ ମେହେର,ଡାକ୍ତର ସଂଗ୍ରାମ ପାଣିଗ୍ରାହି ଓ ଡାକ୍ତର ମାନସ ପାଣିଗ୍ରାହୀ ଏହି ଶିବିରରେ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାୟ ତିନିଶହ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ମେଡିସିନ ବିତରକ ମନୋଜ କୁମାର ନାଏକ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ଓ ବାଜି ପ୍ରଧାନ ଏହି ଅବସରରେ ଉପସ୍ଥିତ ଥିବା ବେଳେ ଗ୍ରାମର ସ୍ବେଛାସେବୀ ଜଳଧର ସାହୁ, ହିମାଂଶୁ ସେଠୀ, ରାଜନ ବାଗ, ଆଶା କର୍ମୀ ବିଳାସିନୀ ନାଗ, ଅଙ୍ଗନବାଡ଼ି କର୍ମୀ ଦୁଶିଳା ସୁନାନୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Related posts

୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା 

masiha

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!