ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥ ଅନୁକୂଳ

ରଥ ଅନୁକୂଳ

 

ମାନଗୋବିନ୍ଦ ସ୍ବାଇଁ

 

ଜଗନ୍ନାଥ ରଥ ଅନୁକୂଳ ପର୍ବ

   ବଡ଼ଦାଣ୍ଡ ରଥ ଖଳା

ଆଜି ଶୁଭୁ ଦିନ ରଥ ଗଢ଼ା ଦିନ

    ଭକ୍ତ କର୍ମୀ ଗଢ଼ା ମେଳା।

ଶୁଭ ହୁଳହୁଳି ମନ୍ତ୍ର ପାଠ କରି

   ରଥ କାଠ ଅନୁକୂଳ

ଅକ୍ଷୟ ତୃତୀୟା ଶୁକ୍ଲପକ୍ଷ ଦିନ

     ରଥ ଗଢ଼ା ଶୁଭ ଫଳ।

ତିନି ରଥ ଗଢ଼ା ବିଶ୍ବ କର୍ମା ଗଣ

      ନିଷ୍ଠା ସହ ଦେଇ ମନ

ରଥକୁ ଗଢନ୍ତି ଜୀବ ଦାନ ଦେଇ

    ସତେ କହେ ଭଗବାନ।

ରଥ କାରିଗର ମନ୍ତ୍ର ର ଈଶ୍ଵର

    ନିହାଣ ମୂଳରେ ଗଢ଼ା

ସେ ଆମ ଦେବତା ବିଶ୍ବରକ୍ଷା ବାର୍ତ୍ତା

       ବର୍ଷେ ଉଭା ବଡ଼ଦାଣ୍ଡେ

ଭକ୍ତ ଜନ ଦୁଃଖ ଦୂର କରି ଦିଏ

       ତା ବାଲି ମାରି ମୁଣ୍ଡେ।

ଧଉରା କାଠରେ ମୂର୍ତ୍ତି ଗଢ଼ା ହୁଏ

     ବିଶ୍ବ କର୍ମା କାରିଗର

ଜୀବନ ଦିଅନ୍ତି ମୂର୍ତ୍ତି ମାନ ସବୁ

    କଥା କୁହେ ନିରନ୍ତର।

ରଥ ଖଳା ବେଶ ସୁନ୍ଦର ରୂପରେ

    ବିଶ୍ବ କର୍ମା ବନ୍ଧୁ ଗଣ

ଠାକୁର ଗଢନ୍ତି ଜୀବନ ଦିଅନ୍ତି

    ପୂଜା ବିଧି ମୋ ପ୍ରଣାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସୌଜନ୍ୟ ରେ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧରମ ମାସ କାର୍ତ୍ତିକ

Sunil Chandra Nayak

ମାରଓ୍ବାଡୀ ଯୁବମଞ୍ଚ ପକ୍ଷରୁ ଅଭିବାଦନ ଓ ସେବା ହର ହର ମହାଦେବ 

Sunil Chandra Nayak

Leave a Comment

error: Content is protected !!