ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

କନ୍ଧମାଳ, ତା, ୦୨/୧୦:(ମନିସ): ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୬ ତମ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଦୀପଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରି ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମନିର୍ଭରଶୀଳତା ଓ ଅହିଂସା ଗାଥା ସମ୍ପର୍କରେ ମତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ପ୍ରଧାନ, ତୀର୍ଥ ବାସୀ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଏହି ଅବସରରେ ଟାଉନ ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଭଳି ବିଭିନ୍ନ ଅନୁଷ୍ଠାନରେ ଦୁଇ ମହା ପୁରୁଷ ଙ୍କ ଜୟନ୍ତୀ ଉତ୍ସବ ପାଳନ ହେବା ସହ ଉପସ୍ଥିତ ଅତିଥି ମାନେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଅହିଂସା ପଥ ଅନୁକରଣ କରି ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିଲେ l ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପଥ ଆପଣାଇଥିଲେ । ସେପଟେ ଶାସ୍ତ୍ରୀ ପିଲାଟି ଦିନରୁ ସେ ଶାନ୍ତ ଓ ସରଳ ସ୍ୱଭାବର ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହୁରଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସହ ଯୁଦ୍ଧ ଲଢି ନିଜର ପରାକ୍ରମ ଦେଖାଇ ପାରିଥିଲା ଭାରତ । ତାଙ୍କର ସ୍ଲୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଦେଶ ପାଇଁ ଅମର ହୋଇ ରହିଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

‘ଏ କପ୍ ଅଫ୍ ସୋସାଇଟି ‘ ପୁସ୍ତକ ଲୋକାର୍ପିତ

Sunil Chandra Nayak

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ ରେ ……

Sunil Chandra Nayak

Leave a Comment

error: Content is protected !!