ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

 ମୟୂରଭଂଜ- ୪/୧୦ — ବବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସ ରେ ବିଖ୍ୟାତ l ଊନବିଂଶ ଶତାବ୍ଦୀ ରେ ଭାରତ ରେ ଇଂରେଜ ଶାସନ କାଳ ରେ ବିର୍ସା ବିହାର ଓ ଝାରଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ l ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ ଯୋଡିସାରିଥିଲେ l ସେ ନିଜ ଗାଁ ଏବଂ ଅଖାପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାର ଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ lଭାରତ ମୁଣ୍ଡାରୀ ସମାଜ ର ରାଇରଙ୍ଗପୁର ୟୁନିଟ ପକ୍ଷରୁ ଆସନ୍ତା ନଭେମ୍ବର ମାସ ୧୫ ଦିନ ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ଆଜି ପ୍ରସ୍ତୁତି ବୈଠକ ରାଇରଙ୍ଗପୁର ରେ କରାଯାଇଛି lଏହି ବୈଠକ ନେପଲ ମୁଣ୍ଡା, ଶିବ ଚରଣ ମୁଣ୍ଡା, ଧରମ ରାଜ ମୁଣ୍ଡା, ସୋମନାଥ ସିଂ ଏବଂ ଦୁର୍ଗା ଚରଣ ସିଂ ଉପସ୍ଥିତ ଥିଲେ l ଏହି ସଭା ରେ ମୁଣ୍ଡାରୀ ସମାଜ ବିଷୟରେ ଏବଂ ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ କିପରି ଭଲ ରେ ପାଳନ କରିବା ଏହି ବିଷୟରେ ରେ ଆଲୋଚନା ହେଲା l  ସାରା ଓଡ଼ିଶାରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମୁଣ୍ଡାରୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ବିଶେଷତଃ ମୟୂରଭଞ୍ଜ,କେନ୍ଦୁଝର ,ଯାଜପୁର, ସୁନ୍ଦରଗଡ଼, ଅନୁଗୋଳ ଜିଲ୍ଲାରେ । ସେମାନଙ୍କର ସ୍ବତନ୍ତ୍ର ଭାଷା ମୁଣ୍ଡାରୀ ଏହାର ସ୍ୱତନ୍ତ୍ର ଲିପି ଅଲଗୁରୁ ରୋଇଦାସ ସିଂନାଗ ଙ୍କ ଦ୍ବାରା ସୃଜନ ହୋଇଥିବା ବାଣୀ ହିଶିର  ଲିପି ଅଛି । ସେମାନଙ୍କର ସ୍ବତନ୍ତ୍ର ସଂସ୍କୃତି,ପରଂପରା,ଭାଷା,ଲୋକକଳା , ଧାର୍ମିକ ପୂଜାସ୍ଥଳ, ନୃତ୍ୟ,ସଂଗୀତ ରହିଛି । ହେଲେ ଦୀର୍ଘ ବର୍ଷ ଧରି ସେମାନଙ୍କ ଭାଷାକୁ ଅଷ୍ଟମ ସମ୍ବିଧାନର ଅନୁଛେଦରେ ସାମିଲ ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ଆଜିଯାଏଁ କେନ୍ଦ୍ର ଓ‌ ରାଜ୍ଯ ସରକାର ଆଜିଯାଏଁ ଗୁରୁତ୍ବ ଦେଉ ନାହାନ୍ତି । ଯାହାଫଳରେ ସେମାନଙ୍କ ଭାଷା, ସଂସ୍କୃତି ବିପଦରେ । ସମ୍ବିଧାନର ମୌଳିକ ଅଧିକାର ସମସ୍ତ ଶିଶୁ ଅଙ୍ଗନବାଡିରେ ନିଜ ମାତୃଭାଷାରେ ପାଠ ପଢିପାରିବେ । ସରକାରଙ୍କ ଅଣଦେଖା ଯୋଗୁଁ ମୁଣ୍ଡାରୀ ସମାଜର କୋମଳମତି ଶିଶୁମାନେ ନିଜ ମାତୃଭାଷାରୁ ବଂଚିତ ଅଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

 

Related posts

ଜନ୍ମ ଜୟନ୍ତୀକୁ ବହୁବିଧ ସେବାକାର୍ଯ୍ୟ କରି ନିଆରା ଢ଼ଙ୍ଗରେ ପାଳିଲେ ବିଶିଷ୍ଟ ରକ୍ତଦାତା ଇଂ.ବିମଳ ଚଂଦ୍ର ଦାସ 

ବିକାଶ ଶିକ୍ଷାନୁଷ୍ଠାନ ସମୂହରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ

ନବରଙ୍ଗପୁର ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!