ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

ଜୁନାଗଡ଼ -ତା ୭/୧୦(ମନୀ ସ) କୁମାର ପୁର୍ଣିମା ଦିନ ଠାରୁ ଜୁନାଗଡ ନୂଆ ବସ୍ ଷ୍ଟାଣ୍ଡ ଠାରେ “ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନ “ଆନୁକୂଲ୍ୟରେ ମା ଗଜ ଲକ୍ଷ୍ମୀ ଙ୍କର ୪୭ ତମ ପୂଜା ଆକର୍ଷଣୀୟ ଭାବେ ଅନୁଷ୍ଠିତ ହେଉଛି,। ଜିଲ୍ଲାର ଏହି ସର୍ବ ପୁରାତନ ଗଜ ଲଷ୍ମୀ ପୂଜା ଆସନ୍ତା ୧୦ତାରିଖ ଯାଏ ଛାଲିବ l ଲଗାଣ ବର୍ଷା ପାଇଁ ପୂଜା ମଣ୍ଡପ ମୂର୍ତ୍ତି ଆଲୋକ ସଜା ବିଳମ୍ବିତ ହୋଇଥିଲେ ବି. ଚଳିତ ବର୍ଷ ମୂର୍ତ୍ତି ଓ ମଣ୍ଡପ ଆକର୍ଷଣ ହୋଇଛି l ଚଳିତ ବର୍ଷ ପୂଜାର କର୍ତ୍ତା ହୋଇଛନ୍ତି ଗୋପାଳ ଅଗ୍ରୱାଲ.। ସଭାପତି ନାଲିନୀ ରଞ୍ଜନ ପଟ୍ଟନାୟକ ଉପସଭାପତି ପରମାନନ୍ଦ ପ୍ରଧାନ। ସଂପାଦକ କୈଳାଶ ରାଉତ, ସହସମ୍ପାଦକ ଦୁର୍ଗାମାଧବ ବେହେରା, ହିସାବ ନିରୀକ୍ଷକ ଦୁର୍ଗା ଶଙ୍କର ସିଂହ, କୋଷାଧ୍ୟକ୍ଷ ବିକାଶ କୁମାର ଗୋଏଲ ମନୋଜ କୁମାର ମେହେର ଓ ଉପଦେଷ୍ଟା ମଣ୍ଡଳୀ ରେ ଅଛନ୍ତି ବିଶ୍ୱରଂଜନ ପଣ୍ଡା, ପ୍ରେମନାରାୟଣ ଶର୍ମା, ଆନନ୍ଦ ଚନ୍ଦ୍ର ପ୍ରଧାନ, ବଜରଙ୍ଗଲାଲ ମିତ୍ତଳ,ଦୀନେଶ ଶର୍ମା, ପୁରନ୍ଦର ପଣ୍ଡା, ନିରଞ୍ଜନ ଚୌଧୁରୀ, ବଳଦେବ ଠାକୁର, ଗଣେଶ ବାରିକ, ଯଦୁନାଥ ନାଏକ,କୃପାସିନ୍ଧୁ ଶତପତି ଓ ଭୀମସେନ ବାରିକ, ଏତଦ ବ୍ୟତିତ ଶତାଧିକା ସଭ୍ୟ ଅଛନ୍ତି ସାଂସ୍କୃତିକ ଅନୁଷ୍ଠାନ ରେ। କେବଳ ପୂଜା ନୁହେଁ, ଅତୀତରେ ଗଜଲକ୍ଷ୍ମୀ ଅନୁଷ୍ଠାନ ଅନେକ ଲୋକ ହିତକର କାର୍ଯ୍ୟ କରି ଉଚ୍ଚ ପ୍ରଂଶାସିତ ହେଇଛି।”ଭାଇ ଚାରାର ସହର ଜୁନାଗଡ଼ ରେ ଭାଇଚାରାକୁ ଆହୁରି ସୁଦୃଢ କରିଛି ଏହି ଅନୁଷ୍ଠାନ। ସବୁ ସମ୍ପ୍ରଦାୟ, ସବୁ ଧର୍ମବଳମ୍ବି ଏହି ଅନୁଷ୍ଠାନ ର ସଦସ୍ୟ ଅଛନ୍ତି ।ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି କୈଳାସ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଉତ୍ସାହ ୨୦୨୫

Sunil Chandra Nayak

Leave a Comment

error: Content is protected !!