ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ
ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ।
ଆସାମୀ ମାନଙ୍କୁ ତୁରନ୍ତ ଗିରଫ ସହ ଆଇନଜୀବୀ ସୁରକ୍ଷା ଆଇନ୍ ପାଇଁ ଦାବି।

ରାଉରକେଲା ତା ୦୮/୧୦/୨୦୨୫ — ବ୍ରହ୍ମପୁର ର ବିଶିଷ୍ଟ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପ୍ରତିବାଦରେ ଆଜି ରାଜ୍ୟ ଆଇନଜୀବୀ ପରିଷଦର ଆହ୍ୱାନରେ ରାଜ୍ୟବ୍ୟାପୀ ଓକିଲ ଙ୍କ କଲମ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛି ରାଉରକେଲା ଓକିଲ ସଂଘ। ସକାଳେ ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ରାଜ୍ୟ ଆଇନଜୀବୀ ପରିଷଦର ଡାକରା ଉପରେ ଆଲୋଚନା କରିବା ସହିତ ସର୍ବସମ୍ମତିକ୍ରମେ ଏହି କଲମ ଛାଡ଼ ଆନ୍ଦୋଳନରେ ରାଉରକେଲା ଓକିଲ ସଂଘର ଶତାଧିକ ଆଇନଜୀବୀ ସାମିଲ ହେବା ସହିତ ସଂଘ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ଯାଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

       ଉକ୍ତ ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ନେତୃତ୍ବ ନେଇ ସଂଘର ସଭାପତି ସଦାନନ୍ଦ ସାହୁ,ଉପ ସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ ସଂପାଦକ ଲିଙ୍ଗମ ଅନୁସୁରୁ ହରି ଦୋରା, କୋଷାଧ୍ୟକ୍ଷ ଅକ୍ଷୟ ସିଂହଦେଓ, ସହ ସଂପାଦକ ତାପସ ପରିଡ଼ା, ରାଜଶ୍ରୀ ମିଶ୍ର, କାର୍ଯକାରୀ କମିଟି ସଦସ୍ୟ କୈଳାସ ସାବତ,ଅନନ୍ତ ନାରାୟଣ ସାହୁ,ସୁମିତା ନନ୍ଦ, ମେରୀ ମ୍ୟାକ୍ସିମା ଏକ୍କା,ଜେ ପି ମୁର୍ମୁ, ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ମହମ୍ମଦ ରଫିକ୍, ଗିରିଶ ମହାପାତ୍ର,ସତ୍ୟ ନାରାୟଣ ମହାପାତ୍ର, ଦିନବନ୍ଧୁ ଭୋଳ, ଦଣ୍ଡପାଣି ଚୈଧୁରୀ,କୈଳାସ ପ୍ରଧାନ, ଚତୁର୍ଭୁଜ ନାଏକ,ଭୀମ ପତି,ବିଜୟ ଦାସ,ରବି ମିଶ୍ର,ସନାତନ ବିଶ୍ଵାଳ,ପ୍ରତାପ ନାଏକ,ବିସ୍ମୟ ଦାସ,ବାବୁଲି ପରିଡ଼ା,ସନ୍ତୋଷ କୁମାର ନାୟକ,ସନ୍ତୋଷ ଭଦ୍ର,ସୁଦାମ ଦାଶ,ଅନନ୍ତ ବିଷୋୟୀ, ସୁଷମା ସାହୁ, ଏମ୍ ମାଲେଶ୍ଵରମ, ଅକ୍ଷୟ ସାହୁ, ଚନ୍ଦ୍ରଭାନୁ ଦାସ, ବିଭୂତି ପଲେଇ,କେ କେ ଲାଲ୍,ରଙ୍ଗ ବାହାଦୁର ବାଗ, ହାଡିବନ୍ଧୁ ପରିଡ଼ା, ସୁଶିଲ ହାଲଞାଇ,କୋମଲ ସାହୁ, ଗିରିଜା ଶଙ୍କର ଦ୍ବିବେଦୀ,ପ୍ରଶାନ୍ତ ସେନାପତି,ଶ୍ୟାମଲ ସହାୟ,କୁନାରାମ ମୁର୍ମୁ, ଶଶିକାନ୍ତ ନାୟକ,ସୁରେଶ ଦାଶ,ବୁଧୁଆ ଯୋଯୋ,ଅମୁଲ୍ୟ ପାତ୍ର,ଯୁଗଳ ଆଚାର୍ଯ୍ୟ, ସନ୍ତୋଷ ତ୍ରିପାଠୀ,ସମୀର ପ୍ରଧାନ,ପଦ୍ମିନୀ ଦାଶ, ବନ୍ଦନା ପଣ୍ଡା, ଅନ୍ନପୂର୍ଣ୍ଣା କୁମ୍ଭାର,ପ୍ରିୟା ବାରିକ୍, ପୁନମ୍ ଓରାମ, ଅଷ୍ଟମୀ ତାଣ୍ଡିଆ,ପ୍ରମୁଖ ବିକ୍ଷୋଭ ସମୟରେ ବକ୍ତବ୍ୟ ରଖି ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ସହିତ ତାଙ୍କ ପରିବାର କୁ ଏକ କୋଟି ଟଙ୍କାର କ୍ଷତିପୂରଣ, ଘଟଣାର ନ୍ୟାୟିକ ତଦନ୍ତ ଓ ରାଜ୍ୟ ରେ ଆଇନଜୀବୀ ମାନଙ୍କ ସୁରକ୍ଷା ପାଇଁ ପ୍ରୋଟେକସନ ଆକ୍ଟ ତୁରନ୍ତ ପ୍ରଣୟନ କରିବାକୁ ଦାବି କରିଥିଲେ। ସରକାର ରାଜ୍ୟ ରେ ଆଇନଜୀବୀ ସୁରକ୍ଷା କୁ ଗୁରୁତ୍ଵ ନ ଦେଲେ ବାଧ୍ୟ ହୋଇ ଆଜିର ଦିନିକିଆ କଲମ ଛାଡ଼ ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ସଂଘ ପକ୍ଷରୁ ସରକାରଙ୍କୁ ଚେତାଇ ଦେଇଥିଲେ।

     ରାଉରକେଲା ଓକିଲ ସଂଘର ଆଜିର ଏହି ଶୋଭାଯାତ୍ରା ଓ କଲମ ଛାଡ଼ ଆନ୍ଦୋଳନରୁ ଅନ୍ୟମାନଙ୍କ ମଧ୍ୟରେ ଅନିଲ୍ ବରଣ ଷଢଙ୍ଗୀ,ଆନନ୍ଦ ଅଗ୍ରୱାଲ,ଶରତ ପଣ୍ଡା, ସନ୍ତୋଷ ବିଶ୍ଵାଳ,ଅରୁଣ କୁଶଳ, ନାଗେଶ୍ଵର ଜଗଦଳା,ପନାଲାଲ ବାନାର୍ଜୀ,ଶଙ୍କର ନାରାୟଣ ପ୍ରଧାନ,ଆସୀଫ ଅଲ୍ଲୀ,ବୁଧୀରାମ ସ୍ବାଇଁ,ମାଧବ ନାୟକ,ଞାନ ପ୍ରକାଶ,ଦିନେଶ ସାହୁ, ପ୍ରମୋଦ ବାରିକ୍,ଅନନ୍ଦିତା ନନ୍ଦୀ,ବିଜୟ ରାମ ଦାସ୍,ଭରତ ସାହୁ,ସରଜିଲ ସାମସି,ଗ୍ରିଜେଶ ତ୍ରୀବେଦୀ ପ୍ରମୁଖ ନେତୃତ୍ବ ନେଇଥିବା ବେଳେ ସଂଘ ର ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

Sunil Chandra Nayak

Leave a Comment

error: Content is protected !!