ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶିଆବେଡାରେ ପୋଖରୀରେ ଚାଷୀ ମୃତ

କାଶିଆବେଡାରେ ପୋଖରୀରେ ଚାଷୀ ମୃତ

ମୟୂରଭଂଜ – ୮/୧୦ — ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କାଶିଆବେଡା ଗ୍ରାମରେ ଜନୈକ ଚାଷୀ ଭଞ୍ଜ ପିଙ୍ଗୁଆ(୩୦) ଗ୍ରାମ୍ୟ ପୋଖରୀରେ ବୁଡି ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି ‌।ସୂଚନାଯୋଗ୍ୟ କାଶିଆବେଡା ଗ୍ରାମର ଚାଷୀ ଭଂଜ ପିଙ୍ଗୁଆ ଵିଲକାମ ସାରି ଅପରାହ୍ନରେ ପାଖାପାଖି ସମୟରେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସି ଯାଇଥିଲା ।ସେ ପାଣିରେ ବୁଡି ଯାଇଥିଲେ ।ସେଠାରେ ମଧ୍ଯ‌ ତାଙ୍କ ପତ୍ନୀ ଘର ବାସନକୁସନ ଧୁଆ ଧୋଇ କରୁଥିଲେ ।କିଛି ଛୋଟପିଲା ମଧ୍ୟ ସେଠାରେ ଖେଳାଖେଳି କରୁଥିଲେ ।ସେମାନେ ଲୋକଟି ବୁଡି ଯାଉଥିବା ଦେଖି ଚିତ୍କାର କରିଥିଲେ ।ତଦସହ ପୋଖରୀ ଭିତରେ ପଶି ପାଣିରୁ ଲୋକଟିକୁ ଉଦ୍ଧାର କରି ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ପରେ ପରିସ୍ଥିତି ଗୁରୁତର‌ ହେଵାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣୁଥିବା ସମୟରେ ରାଇରଙ୍ଗପୁର ଗୋଲେଇ ଛକରେ ପ୍ରାଣବାୟୁ ଉଡିଯାଇଥିଲା ।ପରେ ରାଇରଙ୍ଗପୁର‌ ହସ୍ପପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ।ବାଦାମ ପାହାଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୯/୨୫ ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ 

Sunil Chandra Nayak

Leave a Comment

error: Content is protected !!