ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର୍ – ୨୦୨୫ ଅନୁଷ୍ଠିତ 

ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ :
କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ :
ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :
ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ:
ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ 

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର୍ – ୨୦୨୫ ଅନୁଷ୍ଠିତ 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ଢେଙ୍କାନାଳର ଦଶମ ଶ୍ରେଣୀର ଛାତ୍ରୀ ସମ୍ଭାବୀ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ:

ଢେଙ୍କାନାଳ :ତା.୧୦.୧୦.୨୦୨୫ ରିଖ  : ଆଜି ଦିବା ୧୦ ଘଟିକା ସମୟରେ ଭାରତ ସରକାରଙ୍କ ସଂସ୍କୁତି ମନ୍ତ୍ରାଳୟ ଅଧିନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ସେମିନାର୍-୨୦୨୫ ସ୍ଥାନୀୟ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରି ମୋହନ ରାଉତ,ଜିଲ୍ଲା ବିଜ୍ଞାନ ସୁପର୍ ଭାଇଜର୍ ଲକ୍ଷ୍ମୀଧର ମହନ୍ତଙ୍କ ମିଳିତ ନେତୃତ୍ୱ ଓ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଉଦ୍ ଘାଟିକା ତଥା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରି ସ୍ଵୀୟ ବକ୍ତବ୍ୟରେ ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ।କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ।ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ ରହିଲେ ବିଶ୍ଵର ପ୍ରଗତି ସମ୍ଭବ ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମଥୁରି ମୋହନ ରାଉତ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, ବିଜ୍ଞାନ ସେମିନାରର ଆଭିମୁଖ୍ୟ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ଅନୁସନ୍ଧାନ ଓ ବିଶ୍ଲେଷଣାତ୍ମକ ଚିନ୍ତାଧାରା ଦ୍ଵାରା ରାଷ୍ଟ୍ରର ସର୍ବାଙ୍ଗୀନ ପ୍ରଗତି ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି,ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ପ୍ରତିଯୋଗୀ ଛାତ୍ରୀଛାତ୍ରମାନଙ୍କର ସେମିନାର ଉପସ୍ଥାପନା ସବୁକୁ ମୂଲ୍ୟାୟନ କରିଥିଲେ।

ଅପରାହ୍ନ ୪ ଘଟିକା ସମୟରେ କାର୍ଯ୍ୟକ୍ରମର ଉଦ୍ ଯାପନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସୋମ୍ୟାଶ୍ରୀ ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଅଜ୍ଞାନ ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ,ଅନୁସନ୍ଧିତ୍ସୁ ମାନବର ଅବିରତ ଉଦ୍ୟମ ଦ୍ଵାରା ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ବିଜ୍ଞାନ ସେମିନାର୍ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ସମ୍ଭାବୀ ଲେଙ୍କା ପ୍ରଥମ,ପଂଚାୟତରାଜ ହାଇସ୍କୁଲ,କାନପୁରାର ଦଶମ ଶ୍ରେଣୀ ଛାତ୍ର ସ୍ନେହାଶିଷ ଦାସ ଦ୍ବିତୀୟ ଓ ଗନ୍ଦିଆ ବ୍ଳକ୍ ର ଯୋରନ୍ଦା ଉଚ୍ଚ ବିଦ୍ୟାଳୟ,ନବମ ଶ୍ରେଣୀର ଛାତ୍ରୀ ଜ୍ୟୋତିର୍ମୟୀ ନାଥ ତୃତୀୟ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥିବୃନ୍ଦ ହସ୍ତରୁ ପୁରସ୍କାର ଓ ପ୍ରଶଂସାପତ୍ର ଗ୍ରହଣ କରିଥିଲେ।ସମସ୍ତ ଅଂଶଗ୍ରହକାରୀ ପ୍ରତିଯୋଗୀମାନଙ୍କୁ ମଧ୍ଯ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ସମ୍ଭାବୀ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ମନୋନୀତ ହୋଇଛନ୍ତି।ଚଳିତ ବର୍ଷର ବିଷୟବସ୍ତୁ “କ୍ୱାଣ୍ଟମ୍ ଯୁଗର ଆରମ୍ଭ-ସମ୍ଭାବନା ଓ ଆହ୍ୱାନ”ଉପରେ ପର୍ଯ୍ୟବେସିତ।

ଏହି ବିଜ୍ଞାନ ସେମିନାରରେ ଢେଙ୍କାନାଳ ଜିଲ୍ଲାର ଭୁବନ,କାମାକ୍ଷାନଗର,କଙ୍କଡ଼ାହାଡ଼,ପରଜଙ୍ଗ,ଓଡ଼ାପଡ଼ା, ହିନ୍ଦୋଳ,ଗନ୍ଦିଆ ଢେଙ୍କାନାଳ ସଦର ଏହିଭଳି ସମସ୍ତ ୮ ଟି ବ୍ଲକ୍ ର ୧୭ଟି ହାଇସ୍କୁଲରୁ ୧୭ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ।ମାର୍ଗଦର୍ଶକ ସହାୟକ ଶିକ୍ଷକ ଭାବେ ପ୍ରତି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ,ଶିକ୍ଷକମାନେ ଉପସ୍ଥିତ ଥିଲେ।ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ପ୍ରଦ୍ୟୁମ୍ନ ସାହୁ,ରୂପାଲୀ ପାରମାଣିକ ଶୁକ୍ଲଲ ମାରାଣ୍ଡି ,ଶତ୍ରୁଜିତ ମଲ୍ଲିକ,ମଳୟ କୁମାର ସୁତାର,କାଁହୁ ଚରଣ ବିନ୍ଧାଣୀ, ଅପର୍ତି ବେହେରା,ପ୍ରବୋଧ ଦାସ,ମନ୍ମଥ ଜେନା,ବିକାଶ କୁମାର ମୁଦୁଲି,ବିନ୍ଦୁସାଗର ଲେଙ୍କାଙ୍କ ସମେତ ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ।ପରିଶେଷରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପର୍ ଭାଇଜର ଲକ୍ଷ୍ମୀଧର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଛିଲିପା ଗ୍ରାମ ପଞ୍ଚାୟତ ରେ କଳାହାଣ୍ଡି ଉତ୍ସବ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ 

Sunil Chandra Nayak

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

ତେନ୍ତୁଳିଖୁଣ୍ଟି ବ୍ଲକ : ଆବାସ ଯୋଜନା ଓ ମୋ ଘର ସଚେତନତା କର୍ମଶାଳା 

Leave a Comment

error: Content is protected !!