ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

ନୂଆପଡା, ତା ୧୦/୧୦,(ସୁଜିତ କୁମାର ପ୍ରଧାନ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀ ମାନଙ୍କୁ ତାଲିମ ଦେବା ସହିତ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା lଏଥିରେ ଅତିରିକ୍ତ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ଶତୃଘ୍ନ କର ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ଏ ବିଷୟରେ ବିଶଦ ଭାବରେ ତାଲିମ୍ ଦେଇଥିଲେ l ଶ୍ରୀ କର ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଜାତୀୟ ସ୍ତରର ଜଣେ ନିର୍ବାଚନ ସମ୍ବନ୍ଧୀୟ ମାଷ୍ଟର ଟ୍ରେନର ଅଟନ୍ତି l ପ୍ରାରମ୍ଭ ରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ନିର୍ବାଚନ ଖର୍ଚ୍ଚ ତଦାରଖ ଅଧିକାରୀ ମାନଙ୍କୁ ସେମାନଙ୍କ ଗୁରୁ ଦାୟିତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ l ଶ୍ରୀ କର ସମ୍ପୂର୍ଣ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ଅଧିକାରୀ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ l ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଅଧିକତମ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ l ନିର୍ବାଚନ ରେ ପ୍ରଚାର ପ୍ରସାର, ବିଜ୍ଞାପନ, ସଭା ସମିତି, କେମ୍ପେନ୍ ସାମଗ୍ରୀ, ଖାଦ୍ୟ ପେୟ ସବୁ ଆଇନ୍ ଅନୁମୋଦିତ ଖର୍ଚ୍ଚ ବୋଲି ଧରାଯିବ l କିନ୍ତୁ ଭୋଟ୍ ବଦଳରେ ଟଙ୍କା, ଉପହାର, ଖାଦ୍ୟ, ମଦ, କୁକୁଡ଼ା , ଲୁଗାପଟା ବାଣ୍ଟିବା ଏଵଂ ପେଡ ନିଉଜ୍ ଛପିବା ବେଆଇନ ଅଟେ l ଅଧିକାରୀ ମାନେ ପ୍ରାର୍ଥୀ ଏବଂ ଦଳ ମାନଙ୍କ ବ୍ୟୟ ଉପରେ କଡା ନଜର ରଖିବେ l ଷ୍ଟାର ପ୍ରଚାରକ ମାନଙ୍କ ଖର୍ଚ୍ଚ ମଧ୍ୟ ଜଗିବେ l ସବୁ ପ୍ରାର୍ଥୀ କିମ୍ୱା ତାଙ୍କ ନିର୍ବାଚନ ଏଜେଣ୍ଟ ସମସ୍ତ ଖର୍ଚ୍ଚ ର ରେଜିଷ୍ଟର ଲେଖିବେ l ଏହାକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଝିରେ ତଦାରଖ କରିବେ l ସମସ୍ତ ପ୍ରଚାର ପୋଷ୍ଟର ପାମ୍ପ୍ଲେଟ୍ ରେ ପ୍ରିଣ୍ଟର ଓ ପବ୍ଲିଶର୍ ଙ୍କ ନାମ ରହିବ l ନିର୍ବାଚନ ଖର୍ଚ୍ଚ ଆରମ୍ଭ ପୂର୍ବରୁ ସବୁ ପ୍ରାର୍ଥୀ ନିଜ ନାମରେ ଏକ ନୂତନ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି କେବଳ ସେଥିରୁ ହିଁ ଅନୁମୋଦିତ ରାଶି ଖର୍ଚ୍ଚ କରି ପାରିବେ l ଅନ୍ୟଥା ତାଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଯିବ l ଅବକାରୀ ଅଧିକ୍ଷକ ଙ୍କୁ ଜିଲ୍ଲାର ବେଆଇନ ମଦ ବିକ୍ରି ଉପରେ ତୀକ୍ଷ୍ମ ନଜର ରଖି ନିର୍ବାଚନ ସମୟରେ ଯେପରି ଏହା ବ୍ୟବହୃତ ନହୁଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ l ଆମେ ସମସ୍ତେ ସଚେତନ ହୋଇ ସମର୍ପିତ ଭାବରେ କାମ କଲେ ଏକ ଅବାଧ, ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇ ପାରିବ ବୋଲି ଶ୍ରୀ କର ଆଶା ପ୍ରକାଶ କରିଥିଲେ l 

ଆଜିର ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏଡିସନାଲ ଏସ୍ ପି ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସମସ୍ତ ତହସିଲଦାର , ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ୍, ସମସ୍ତ ନିର୍ବାଚନ ଖର୍ଚ୍ଚ ସମୀକ୍ଷକ ଅଧିକାରୀ ,ଅବକାରୀ ଅଧିକ୍ଷକ, ଆର୍ ଟି ଓ,ଜି ଏସ ଟି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

Related posts

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

Sunil Chandra Nayak

ମାଟିଲଗ୍ନା ର ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Leave a Comment

error: Content is protected !!