ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଜ  ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

ଥୁଆମୂଳ ରାମପୁର ୫/୪ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡମ୍ ମୁଣ୍ଡା ଗାଁ ର ଗିରିଧାରୀ ଗଉଡ ନାମକ ଜଣେ ଯୁବକ ଆଜି ସକାଳେ ନିଜ ସ୍ତ୍ରୀ ଙ୍କ ସହିତ ଗାଁ ର ନିକଟସ୍ଥ ଜଙ୍ଗଲ କୁ ଜାଲେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ଏହି ସମୟରେ ଜାଲେଣି କାଠ ଭାବରେ ବ୍ୟବହାର କରିବା ପାଇଁ ଏକ ଗଛକୁ ତାଙ୍କର ନିଜ ଟାଙ୍ଗିଆ ଦ୍ଵାରା କାଟିବା ସମୟରେ ଅଚାନକ            ନିଜ   ବାମ ଗୋଡ଼ ର ପାଦରେ ଟାଙ୍ଗିଆ ଚୋଟ ଲାଗିଯାଇଥିଲା। ଯାହାଫଳରେ ଘଟଣା ସ୍ଥଲରେ ଗିରିଧାରୀ ଗଉଡ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଏନେଇ ସାଙ୍ଗରେ ଯାଇଥିବା ତାଙ୍କ ସ୍ତ୍ରୀ ପରିବାର ଲୋକେ ଙ୍କୁ ଜଣାଇଲା ପରେ ଘଟଣା  ସ୍ଥଲରେ ପରିବାର ଲୋକେ ପହଞ୍ଚି ଗିରିଧାରୀ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି ବର୍ତ୍ତମାନ ଗିରିଧାରୀ ଗଉଡ ଥୁଆମୂଳ ରାମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ମ ନି ସ 

Related posts

ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ସମାଜ,ସମୟ,ସମ଼୍ବାଦ,ପ୍ରଜାତନ୍ତ୍ର

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!