ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ମୟୂରଭଂଜ- ୧୦/୧୦ — ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପାଳିତ ହୋଇଯାଇଛି. ଏହି ଉପଲକ୍ଷେ ବିଭିନ୍ନ ମହାବିଦ୍ୟାଳୟ ର 50 ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବା ସହ ମାନସିକ ରୋଗ ନିରାକରଣ ସମ୍ବନ୍ଧୀୟ ପ୍ରଚାର ପ୍ରସାର କରାଯାଇ ଥିଲା. ଏହା ସହ ଆୟୋଜିତ ସଚେତନତା ସଭା ରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡ଼. ଜୟ ସ୍ୱରୂପ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ନିଶା ଦ୍ରବ୍ୟ ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ. ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. କିଶୋର କୁମାର ଆଚାର୍ଯ୍ୟ ଓ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୁବାସ ଚଦ୍ର ନାୟକ ମାନସିକ ସ୍ୱାସ୍ଥ୍ୟ ସେବାର ଉପଯୋଗୀତା ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ.

      ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡ଼. ଚୁନୁରାମ ସୋରେନ, ଜିଲ୍ଲା କୁଷ୍ଠ ଅଧିକାରୀ ଡ଼ ଶାନ୍ତନୁ କୁମାର ଦାସ ଓ ଅଣସଂକ୍ରାମକ ରୋଗ ବିଭାଗ ଅଧିକାରୀ ଡ଼. ଜ୍ଞାନେନ୍ଦ୍ର କୁମାର ମହାନ୍ତି ମାନସିକ ରୋଗ ର ଇତିହାସ ଓ ଜିଲ୍ଲା ରେ ହେଇଥିବ ଵିଭିନ୍ନ କାର୍ଯ୍ୟକ୍ରମ ଏବଂ ମାନସିକ ସ୍ୱାସ୍ଥ୍ୟ ସେବା କିପରି ଭାବେ ଅଧିକ ରୁ ଅଧିକ ଲୋକଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ. ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଟେଲି ମାନସ ହେଲ୍ପଲାଇନ ନମ୍ବର 14416 ର ଗୁରୁତ୍ୱ ଓ ସମସ୍ତେ କିପରି ଏହା ର ଲାଭ ଉଠାଇ ପାରିବେ ସେ ବିଷୟରେ ସୂଚନା ଦିଆଯାଇ ଥିଲା.

       ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି, ଅମ୍ବିକା ପ୍ରସାଦ ମହାପାତ୍ର, ଗୌରାଙ୍ଗ ପରିଡା ଏବଂ ମାନସିକ ମାନସିକ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ବନ୍ଦନା ମିଶ୍ର, ଶ୍ରାବଣୀ ମିଶ୍ର, ଦେବାଶିଷ ପାଇକରାୟ, ଚନ୍ଦ୍ରଶେଖର ଦାସ, ସଞ୍ଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ.

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଗସ୍ତ ; ରାଷ୍ଟ୍ରପତିଙ୍କ ଗ୍ରାମକୁ ଦେଶର ପ୍ରଥମ ସୌରଗ୍ରାମ ଆତିଥ୍ୟ ଭେଟି

Sunil Chandra Nayak

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

masiha

ଭିନ୍ନକ୍ଷମ ମାନଙ୍କ ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!