ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା….

ପାଞ୍ଚବର୍ଷରେ ଏକ ଗ୍ରାମପଞ୍ଚାୟତକୁ କେତେ ଟଙ୍କା ମିଳେ ? 

 ପାଞ୍ଚ ବର୍ଷରେ ଗ୍ରାମ ପଞ୍ଚାୟତକୁ ମୋଟ କେତେ ଟଙ୍କା ଅନୁଦାନ ମିଳିଥାଏ ଓ ସରପଞ୍ଚ ଙ୍କ କାମ କଣ ତାହା ସମସ୍ତେ ନିହାତି ଜାଣିବା ଆବଶ୍ୟକ ।

ଗ୍ରାମ ପଞ୍ଚାୟତକୁ ୬୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାରଙ୍କ ଯୋଜନାରୁ ମିଳିଥାଏ । ଆଉ ବାକି ୪୦ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ଦେଇଥାନ୍ତି।କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର ଅର୍ଥ ତଥା ସ୍ଵଚ୍ଛ ଭାରତ ଅଭିଯାନ ପାଇଁ ପ୍ରତି ବର୍ଷ ୭ ରୁ ୨୦ ଲକ୍ଷ ଟଙ୍କା ମିଳିଥାଏ । ମନରେଗା ପାଇଁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ମିଳିଥାଏ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତିବର୍ଷ ୫୦ ଲକ୍ଷରୁ ୧ କୋଟି ଟଙ୍କା ପ୍ରତି ଗ୍ରାମପଞ୍ଚାୟତକୁ ମିଳିଥାଏ ।

ପଞ୍ଚାୟତରେ ଲୋକସଂଖ୍ୟା ହିସାବରେ ଅର୍ଥ ରାଶି ଭିନ୍ନ ହୋଇଥାଏ ।ରାଜ୍ୟ ସରକାରଙ୍କ ପକ୍ଷରୁ ଆମଗାଁ ଆମ ଯୋଜନାରେ ପ୍ରତି ବର୍ଷ ଗାଁକୁ ୫ ରୁ ୧୦ ଲକ୍ଷ ଟଙ୍କା ମିଳେ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ପ୍ରତି ବର୍ଷ ୨୦ ରୁ ୨୫ ଲକ୍ଷ ଟଙ୍କା ଗ୍ରାମ ପଞ୍ଚାୟତ କୁ ମିଳିଥାଏ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଲଗା ଅର୍ଥ ମିଳିଥାଏ। ପଞ୍ଚାୟତର ଅନ୍ୟ ରୋଜଗାର ସ୍ରୋତ ହେଲା ଚାଷଜମିରୁ ଟିକସ ଆଦାୟ, ଯାନବାହାନ ରୁ ଟିକସ ଆଦାୟ, ଦୋକାନ ବଜାରରୁ ଟିକସ ଆଦାୟ କରି ନିଜ ପଞ୍ଚାୟତ ର ପାଣ୍ଠି ବଢ଼େଇବା।ଗୋଟିଏ ଗ୍ରାମ ପଞ୍ଚାଯତର ୫ ବର୍ଷର ବଜେଟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ୫ ବର୍ଷରେ ୪ କୋଟି ରୁ ୧୦ କୋଟି ଟଙ୍କା ଭିତରେ ପ୍ରତି ପଞ୍ଚାୟତକୁ ମିଳିଥାଏ । ଏହା ଲୋକ ସଂଖ୍ୟା ହିସାବରେ ଅଲଗା ଅଲଗା ହୋଇଥାଏ ।

ବାକି ରାସ୍ତା ମରାମତି, ଗ୍ରାମରେ ବିଜୁଳି ବ୍ୟବସ୍ଥା, ଜଳ ଯୋଗାଣ, ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ଏବଂ ଗାଁରେ ହାଟ ବସେଇବା ପ୍ରଭୃତି କାମ ସରପଞ୍ଚ ଙ୍କ ହାତରେ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ….

Related posts

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ ଜଣାଣ କାଳିଆ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଶରତ ସହିତ, କାଶତଣ୍ଡି ମିତ

Sunil Chandra Nayak

Leave a Comment

error: Content is protected !!