ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି
 ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

ଲାଞ୍ଜିଗଡ଼, ୧୩/୧୦(ମନିସ)-ଲୋକଙ୍କ ଦୀର୍ଘ ଦିନର ଦାବି ଓ ଅଭିଯୋଗ ଉପରେ ପଡ଼ିଛି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଶୁଭଦୃଷ୍ଟି। ଶେଷରେ ଅନ୍ଧାର ମଧ୍ୟରେ କାଳାତିପାତ କରୁଥିବା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁରେ ହୋଇଛି ରାସ୍ତାକଡ଼ ଆଲୁଅ ବ୍ୟବସ୍ଥା। ଗୋପାଳପୁର ଗାଁରେ ଗୋଟିଏ ହାଇମାଷ୍ଟ ଲାଇଟ ସହିତ ପାଞ୍ଚଗୋଟି ସୋଲାର ଷ୍ଟ୍ରିଟଲାଇଟ ସଂଯୋଗ କରାଯାଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏଥିପାଇଁ ନିଜ ସାଂସଦ ପାଣ୍ଠିରୁ ଅର୍ଥରାଶି ଯୋଗାଇ ଦେଇଛନ୍ତି। ଆଜି ଗାଁରେ ଗୋଟିଏ ହାଇମାଷ୍ଟ ସହିତ ପାଞ୍ଚଗୋଟି ସୋଲାର ଷ୍ଟ୍ରିଟଲାଇଟ ସ୍ଥାପନ କରାଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଜି ଏକ ସୋଲାର ଏଜେନ୍ସି ଦ୍ୱାରା ଏଗୁଡିକ ସ୍ଥାପନ କରାଯାଇଥିବାବେଳେ ଗ୍ରାମବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି। ନର୍ଲା ଓ ଲାଞ୍ଜିଗଡ଼ ବ୍ଲକ ସୀମାନ୍ତରେ ଥିବା ଗୋପାଳପୁର ଗାଁରେ ସୋଲାର ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ହାଇମାଷ୍ଟ ଓ ଷ୍ଟ୍ରିଟ ଲାଇଟ ଲାଗିବା ପରେ ଗ୍ରାମବାସୀ ରାଜ୍ୟସଭା ସାଂସଦ ଶ୍ରୀ କୁମାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

 

Related posts

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

Sunil Chandra Nayak

ଜ୍ଞାନ କମ୍ପ୍ୟୁଟର ରେ ନୁଆଁଖାଇ ଭେଟଘାଟ

masiha

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

Sunil Chandra Nayak

Leave a Comment

error: Content is protected !!