ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି
 ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

ଲାଞ୍ଜିଗଡ଼, ୧୩/୧୦(ମନିସ)-ଲୋକଙ୍କ ଦୀର୍ଘ ଦିନର ଦାବି ଓ ଅଭିଯୋଗ ଉପରେ ପଡ଼ିଛି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଶୁଭଦୃଷ୍ଟି। ଶେଷରେ ଅନ୍ଧାର ମଧ୍ୟରେ କାଳାତିପାତ କରୁଥିବା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁରେ ହୋଇଛି ରାସ୍ତାକଡ଼ ଆଲୁଅ ବ୍ୟବସ୍ଥା। ଗୋପାଳପୁର ଗାଁରେ ଗୋଟିଏ ହାଇମାଷ୍ଟ ଲାଇଟ ସହିତ ପାଞ୍ଚଗୋଟି ସୋଲାର ଷ୍ଟ୍ରିଟଲାଇଟ ସଂଯୋଗ କରାଯାଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏଥିପାଇଁ ନିଜ ସାଂସଦ ପାଣ୍ଠିରୁ ଅର୍ଥରାଶି ଯୋଗାଇ ଦେଇଛନ୍ତି। ଆଜି ଗାଁରେ ଗୋଟିଏ ହାଇମାଷ୍ଟ ସହିତ ପାଞ୍ଚଗୋଟି ସୋଲାର ଷ୍ଟ୍ରିଟଲାଇଟ ସ୍ଥାପନ କରାଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଜି ଏକ ସୋଲାର ଏଜେନ୍ସି ଦ୍ୱାରା ଏଗୁଡିକ ସ୍ଥାପନ କରାଯାଇଥିବାବେଳେ ଗ୍ରାମବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି। ନର୍ଲା ଓ ଲାଞ୍ଜିଗଡ଼ ବ୍ଲକ ସୀମାନ୍ତରେ ଥିବା ଗୋପାଳପୁର ଗାଁରେ ସୋଲାର ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ହାଇମାଷ୍ଟ ଓ ଷ୍ଟ୍ରିଟ ଲାଇଟ ଲାଗିବା ପରେ ଗ୍ରାମବାସୀ ରାଜ୍ୟସଭା ସାଂସଦ ଶ୍ରୀ କୁମାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

 

Related posts

୧- ଦୃଷ୍ଟି ଆଢ଼ୁଆଳରେ ଜିଲ୍ଲା ସଂଗ୍ରାହାଳୟ,ପ୍ରଚାର ପ୍ରସାର ନାହିଁ ଆସୁନାହନ୍ତି ପରିଦର୍ଶକ ,୨- ଝାରଦା ଗିରିବର ଗିରିଧାରୀ ଆଶ୍ରମ ରେ ଶ୍ରୀଗଣେଶ ବିଗ୍ରହ ‌ସ୍ଥାପନ 

Sunil Chandra Nayak

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

Sunil Chandra Nayak

ରାଇରଙ୍ଗପୁରରେ ଏସଡିସି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କୁଳିଅଣା ଚମ୍ପିୟାନ

masiha

Leave a Comment

error: Content is protected !!