ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

କାମାକ୍ଷାନଗର (ମନିସ)13/10/25 — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ପଞ୍ଚାୟତ ଅନ୍ତର୍ଗତ ରତ୍ନପୁର ଗାଁ ନିକଟରେ ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ଗେଙ୍ଗୁଟିଆ ଗାଁର ତପନ ନାଏକ। ଏବଂ ତାଙ୍କ ସହଯୋଗୀ ଜଗୁ ନାଏକ ଗୁରୁତର ହୋଇଛନ୍ତି। ଉଭୟେ ମୁକ୍ତାପଶି ଆଡୁ ଘରକୁ ଫେରୁଥିବା ବେଳେ ଏକ ବୋଲେରୋ ଗାଡି ଧକ୍କା ଦେଇ ପଳେଇ ଯାଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତପନଙ୍କର ମୃତ୍ୟୁ ହୋଇଥିବା ବେଳେ ଜଗୁ ଗୁରୁତର ହୋଇଥିଲେ। ଜଗୁଙ୍କୁ ସ୍ଥାନୀୟ ଲୋକମାନେ ଏକ ଅଟୋ ଯୋଗେ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଫେରାର ମାରିଛି। ଏ ନେଇ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ 

masiha

ଗୋଇପିଟା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ, ଝରଣା ଓ ନାଳ ପାଣି ପିଇବାକୁ ବାଧ୍ୟ ଗ୍ରାମବାସୀ

Leave a Comment

error: Content is protected !!