ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

ମୟୂରଭଂଜ – ୧୩/୧୦ — ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ଓ୍ବାନ୍ ଷ୍ଟପ ସେଣ୍ଟର( ସଖୀ) ଏଵଂ ବାରିପଦାର ଅଗ୍ରଣୀ ସ୍ବେଛାସେଵୀ ଅନୁଷ୍ଠାନ ରୁରାଲ ଡେଭେଲପମେଣ୍ଟ ଆକ୍ସନ ସେଲ ର ମିଳିତ ଆନୁକୁଲ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଓ୍ଵାନ୍ ଷ୍ଟପ୍ ସେଣ୍ଟର ( ସଖୀ) ମୟୂରଭଂଜ ସାଂସଦଙ୍କ ନବ ଚରଣ ମାଝୀ,ଜିଲ୍ଲା ଶିଶୁ ଏଵଂ ମହିଳା ମଙ୍ଗଳ ଅଧିକାରିଣୀ ନିହାରୀକା ମହାନ୍ତି,ଜିଲ୍ଲା ପ୍ରୋଗ୍ରାମ ଅଫିସର ସସ୍ମିତା ମହାନ୍ତି,ଉପଖଣ୍ଡ ପ୍ରୋଗ୍ରାମ ଅଫିସର ଜୟଶ୍ରୀ ହୋତା,କ୍ରେଚ ଡାଇରେକ୍ଟର ଗୁଣନିଧି ଧାରୁଆ,ରାଇରଙ୍ଗପୁର ଓ୍ବାନ ଷ୍ଟପ୍ ସେଣ୍ଟର ଏଡମିନଷ୍ଟ୍ରେଟର ଡେଜି ବେହେରା ଏବଂ ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ ସହ ଶୁଭ ଉଦଘାଟିତ ହୋଇଯାଇଛି । 

ମୁଖ୍ୟ ଅତିଥି ସାଂସଦ କହିଥିଲେ ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି ସେଠାରେ ଭଗବାନ ସ୍ବୟଂ ଉପସ୍ଥିତ ଥାଆନ୍ତି ।ନାରୀ ମାନଙ୍କ ସମ୍ମାନ,ଅସହାୟ ନାରୀ ମାନଙ୍କୁ ସହାୟତା,ନାରୀ ଓ ଶିଶୁ ସୁରକ୍ଷା,ନାରୀ ନିର୍ଯାତନା ରୋକିବା, ଅସହାୟ ନାରୀମାନଙ୍କୁ ଆଇନଗତ ସହାୟତା,ପୋଲିସ ସହାୟତା ଦେବା,ଡାକ୍ତରୀ ସହାୟତା ଦେବା,ନିରାଶ୍ରୟ କୁ ଆଶ୍ରୟ ଦେବା,ନିର୍ଯାତିତା ମହିଳା ଏଵଂ ବାଳିକା (୧୮ ବର୍ଷରୁ କମ)ମାନଙ୍କୁ ସମନ୍ଵିତ ସୁବିଧା ଓ ସୁଯୋଗ ଦେବା ନିମନ୍ତେ ସରକାରଙ୍କର ଏହି ଯୋଜନା ତଥା ଏକ ଯୁଗାନ୍ତକାରୀ ଯୋଜନା ।ଏହି ଗୃହରେ ସେମାନଙ୍କୁ ୨୪ ଘଣ୍ଟିଆ ମାଗଣା ସେବା ଓ ସହାୟତା ଯୋଗାଇ ଦିଆଯିବ ।ତଦସହ ଯେଉଁ ମହିଳା ହେଉ ଅବା ବାଳିକା ହେଉ ବଳାତ୍କାର,ଅପହରଣ ,ନିଖୋଜ,ପାରିବାରିକ ହିଂସାରେ ଶିକାର,ଏସିଡ୍ ଆକ୍ରମଣ,ଯୌନ ଉତ୍ପୀଡନ,ମହିଳା ଚାଲାଣ,ଶିଶୁ ଯୌନ ଉତ୍ପୀଡନ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ନିର୍ଯାତନା ଓ ମୃତ୍ଯୁ ରେ ପିଡିତା କିମ୍ବା ତାଙ୍କ ପରିବାର ତୁରନ୍ତ ଓ୍ବାନ ଷ୍ଟପ୍ ସେଣ୍ଟର୍ କୁ ଜଣାଇଲେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ।ତଦସହ ମହିଳା ହେଲ୍ପ ଲାଇନ୍ ୧୮୧ କୁ ଫୋନ କଲେ ମଧ୍ୟ ଜରୁରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ।ତେଣୁ ପିଡିତା ମହିଳା କିମ୍ବା ପରିବାର ନିର୍ଭୟରେ ଲାଜ ନ କରି,ଭୟ ନ କରି ଏହି କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ କହିଛନ୍ତି ।ସରକାରଙ୍କ ଏହି ଯୋଜନାକୁ ତଥା ରାଇରଙ୍ଗପୁର ରେ ଏହି କେନ୍ଦ୍ର ଖୋଲା ଯାଇଥିବାରୁ ରାଇରଙ୍ଗପୁର ମହିଳା ସଂଗଠନ ମାନେ ପ୍ରଶଂସା କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗୋଛାପଡା ବାକେପଙ୍ଗା ଠାରେ କନ୍ଧମାଳ ଜିଲ୍ଲା ଡୁମାଳ କୁଳ ସମାଜର ବାର୍ଷିକ ସମ୍ମଳନୀ ଅନୁଷ୍ଠିତ

Sunil Chandra Nayak

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

masiha

ରାଉରକେଲା ଉପହାରରେ ଗୁରୁଦିବସ ପାଳନ 

masiha

Leave a Comment

error: Content is protected !!