ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାକାର ସଂଘର ବୈଠକ ଅନୁଷ୍ଠିତ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କଳା ଓ ସଂସ୍କୃତି ସଂଘର ଏକ ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ରାଧେଶ୍ୟାମ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖଡ଼ିଆଳ ବିଡିଓ ନାରାୟଣ ସାହୁ, ଜିଲ୍ଲା ସଂଯୋଜକ ସୁଜିତ ହନୁମାନ, ଜିଲ୍ଲା କଳା ଓ ସଂସ୍କୃତି ସଂଘର ସଦସ୍ୟ ଅର୍ଜ୍ଜୁନ ଛତ୍ରିଆ ଓ ଅମୂଲ୍ୟ ମୁଣ୍ଡ ଯୋଗ ଦେଇଥିଲେ। କଳାକାର ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରି ସେମାନଙ୍କ ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ସରକାର ଯୋଜନା କରିଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।୨୦୧୧ ମସିହାରୁ ବ୍ଲକ କଳା ଓ ସଂସ୍କୃତି ସଂଘ ଏବଂ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଗଠନ ହୋଇଥିଲେ ମଧ୍ୟ ସେମାନଙ୍କ ଉନ୍ନତି ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ କଳାକାର ମାନେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ କଳାକାର ପରିଚୟ ପତ୍ର ନଦେବା, କଳାକାର ଭବନ ପ୍ରତିଷ୍ଠା କରା ନଯିବା, ବିନା ସାଂସ୍କୃତିକ ଦଳରେ ସରକାରୀ ଯୋଜନାର ପ୍ରଚାର କରା ଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ପଦକ୍ଷେପ ନେବାକୁ ଖଡ଼ିଆଳ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

Sunil Chandra Nayak

ଦୁର୍ଘଟଣା ରେ ଶିକ୍ଷକଙ୍କ ପରଲୋକ

Sunil Chandra Nayak

ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ଜିଲ୍ଲା ଟପର

Leave a Comment

error: Content is protected !!