ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ

ଯାଜପୁର , ୧୪|୧୦ ମସିହା ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ର ଆଗ୍ରଣୀ ଶିକ୍ଷାନୁଷ୍ଠାନ ସତ୍ୟଭାମା ଗଣେଶ ଚନ୍ଦ୍ର ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ ବହୁ ଆଡମ୍ବର ରେ ଗତକାଲି ବୁଧବାର ପାଳିତ ହୋଇଯାଇଛି l ଏଥିରେ ୧୩ ଟି ବିଦ୍ୟାଳୟ ର କୋମଳ ମତି ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସରୋଜ କୁମାର ସାହୁ lମୁଖ୍ୟ ଅତିଥି ଭାବେ ବିଞ୍ଝାରପୁର ବ୍ଲକ ର ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର ପିଲାମାନଙ୍କୁ ଉଦବୋଧନ ଦେଇଥିଲେ l ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଯୋଗ ଦେଇଥିଲେ l ଏବିଓ ଶ୍ରୀଯୁକ୍ତ ବଳରାମ ପତି ପିଲାମାନଙ୍କୁ ତାଙ୍କର ଚୁମ୍ବକୀୟ ବକୃତା ମାଧ୍ୟମରେ ଉତ୍ସାହିତ କରିଥିଲେ l ସି ଆର ସି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ଜେନା ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିଥିଲେ lସଭା ରେ ଅନ୍ୟ ଅତିଥି ଯଥା ଏସ ଏମ ସି ପ୍ରେସିଡେଣ୍ଟ ଶ୍ରୀ ମନୋଜ କୁମାର ତ୍ରିପାଠୀ ଏନ୍ ପି ଏସ ପ୍ରାଇମେରୀ ଫେଡ୍ରେସନ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ମନୋରଞ୍ଜନ ଧଳ,କପିଳା ଗ୍ରାମ ର ସମାଜ ସେବୀ ଶ୍ରୀଯୁକ୍ତ ରତ୍ନାକର ମଲିକ ଙ୍କ ସହିତ ବହୁତ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ l ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସମରେନ୍ଦ୍ର ମାଝୀ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯଥା ସର୍ବୋଜୟ ରଥ,ଇନ୍ଦ୍ରଜିତ ପୁଝାରୀ,ଭ୍ରମରବର ମଲ୍ଲିକ,ଜୟନ୍ତ କୁମାର ଦାସ ,ସୋନାଲି ପଲେଇ,ଅନିତା ସାମଲ , ସମାପିକା ଧଳ,ସ୍ମୃତିରେଖା ସାହୁ ସଭା କାର୍ଯ୍ୟ ରେ ସାହାଯ୍ୟ କରିଥିଲେ l ଶ୍ରୀଯୁକ୍ତ ଉମାକାନ୍ତ ଦାସ,ରମେଶ ପ୍ରଧାନ, ସନ୍ତୋଷ ଆଦି ଅତିଥି ମାନଙ୍କୁ ସତ୍କାର କରିଥିଲେ l

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

masiha

ଡାବୁଗାଁ ରେ ଭୋଟର ସଚେତନତା ରଥ ଗଡ଼ିଲା 

masiha

Leave a Comment

error: Content is protected !!